#Breaking News

ପୁଣି ମାତିଲେ ମାଓବାଦୀ; ଠିକାଦାରଙ୍କ କ୍ୟାମ୍ପରେ ଥିବା ବିଭିନ୍ନ ଗାଡି ପୋଡ଼ିଲେ


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):ସୋମବାର ଦିନ ବେଳା ପୁଲିସ୍ ଇନଫର୍ମର ଦର୍ଶାଇ ମାଓବାଦୀ ମାନେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ ରାତିରେ ପୁଣି ଏକ କ୍ୟାମ୍ପକୁ ନଷ୍ଟ କରିଛନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ଆମ୍ବାବାଡ଼ି ଗାଁରେ ଜଣଙ୍କୁ ନୃସଂଶ ଭାବେ ହତ୍ୟା କରିଛନ୍ତି ଲାଲ ବାହିନୀ l ମୃତକ କୁନାସଲୁ ନିକଟସ୍ଥ କ୍ଲମ୍ବାଜକି ଗ୍ରାମର ନୀଳକଣ୍ଠ ମଲ୍ଲିକ ବୋଲି ଜଣାପଡ଼ିଛି l ଏକାବେଳେ ଗୋଟିଏ ଦିନରେ ଦୁଇଟି ହିଂସାକାଣ୍ଡ ରଚିଛନ୍ତି ମାଓ ବାହିନୀ l ସୂଚନା ଅନୁଯାୟୀ କ୍ଲମ୍ବାଜକି ଗାଁ ଠାରୁ ୧୦ କିଲୋମିଟର ଦୂରରେ ଥିବା ସୁଡ୍ରା ପଞ୍ଚାୟତ କାତେଭଟା ଛକ ଠାରୁ ପିପାଲି ଗ୍ରାମ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାମ ଚାଲିଥିଲା । ଏଥିରେ ୧୫ରୁ ଊର୍ଦ୍ଧ୍ଵ ସଶସ୍ତ୍ର ମାଓବାଦୀ ମାନେ ଠିକାଦାର ଙ୍କ କ୍ୟାମ୍ପରେ ପଶି ୨ଟି ଜେସିପି, ୨ଟି ଟ୍ରାକ୍ଟର, ଦୁଇଟି, ମିକ୍କିଚର୍ ମେସିନ ଜାଳି ଦେଇଛନ୍ତି l ଯାହାକି ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି l ସେପଟେ ଏହିକାଣ୍ଡ କେକେବିଏନ ମାଓ ସଂଗଠନ କରିଛନ୍ତି ବୋଲି ପୋଷ୍ଟର ଓ ବ୍ୟାନର ଛାଡି ଯାଇଥିବା ସୂଚନା ମିଳିଛି l ଏ ନେଇ ପୋଲିସ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ l

Leave a comment

Your email address will not be published. Required fields are marked *