#Breaking News

ଲାଲବାହିନୀ ର ଉନ୍ନତ କାଣ୍ଡ, ସକାଳେ ହତ୍ୟା, ସନ୍ଧ୍ୟାରେ ଜେ ସିବି ଓ ଟ୍ରାକ୍ଟର ପୋଡିଲେ


ଫୁଲବାଣୀ -25/10ସୁନୀଲ ପଟନାୟକ )ମାଓବାଦୀ ମାନେ ପୋଲିସ କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ l ରବିବାର ସକାଳେ ପୋଲିସ ଇନ ଫର୍ମର ସନ୍ଦେହ ରେକନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁ ଡ୍ରାନିକଟ ଟିକରବାଜୁ ଗ୍ରାମ ର ନୀଳକଣ୍ଠ ଙ୍କୁ ନିର୍ମମ ଭାବେ ହତ୍ୟା କରିବାର ୬ ଘଣ୍ଟା ନ ପୂରୁଣୁ ସନ୍ଧ୍ୟାରେ ରାସ୍ତାକାମକରୁଥିବା ଏକ ଠିକା ସଂସ୍ଥା ର ଜେ ସିବି ଓ ଟ୍ରାକ୍ଟର କୁ ଜାଳିଦେଇଛନ୍ତି l ଏଥିସହ ସମ୍ପୃକ୍ତ ଗ୍ରାମର ଅନ୍ୟ ଠିକାଦାର, ଗାଂ ମୁଖିଆ ଓ ଅନ୍ୟ କେତକ ପୋଲିସ ର ଇନ ଫର୍ମର ସାଜିଛନ୍ତି ସେମାନେ ଏଥିରୁ ନିବୃତ ନ ରହିଲେ ନୀଳକଣ୍ଠ ଙ୍କ ପରି ହତ୍ୟାକରିବାକୁ ପୋଷ୍ଟର ରେ ଧମକ ଦେଇଛନ୍ତି l ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେ କେ ବି ଏନ ଡିଭିଜନ ଏହl କରିଥିବା କୁହାଯାଇଛି l ଗୋଟିଏ ଦିନରେ ଦୁଇ ଦୁଇଟା ମାଓ ହମଲା ରେ ଗ୍ରାମ ବାସି ଭୟ ଭୀତ ହୋଇପଡିଛନ୍ତି l ଭୟରେ ଘରୁ କେହିପଡାକୁ ବାହାରୁନାହାନ୍ତି l
ଗତ ଦଶ ଦିନ ତଳେ ଏହି ଜଙ୍ଗଲରେ କମ୍ବିଙ୍ଗ ବେଳେ ହୋଇଥିବା ଗୁଳି ବିନିମୟ ରେ ଜଣେ କ୍ୟାଡର ମହିଳା ମାଓବାଦୀ ର ମୃତ୍ୟୁ ଘଟାଇଥିଲା lଏଥିସହ ପୋଲିସ ସର୍ଚ୍ଚ ଅପରେସନକରି ବହୁ ମାଓ ସାମଗ୍ରୀ ଜବତ କରିଥିଲା l
ତେବେ ଜିଲାର ବିଭିନ୍ନ ଅଂଚଳ ରେ ପୋଲିସ ରକମ୍ବିଂ ଚାଲିଛି ଆଉ କନ୍ଧମାଳ କୁ ମାଓ ମୁକ୍ତ କରାଯିବ ବୋଲି ପୋଲିସ କହୁଛି l

Leave a comment

Your email address will not be published. Required fields are marked *