ବାଲିଗୁଡା ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

Udaya_Labanya | October 28, 2022 | 19 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ ତୁମୁଡିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, କ. ନୂଆଗାଁ ବ୍ଲକ ସଭାପତି ବାସୁଦେବ ପଣ୍ଡା କୋଟଗଡ ବିଜେଡି ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନଙ୍କ ନେତୃତ୍ୱ ରେ ଚାରିଗୋଟି ବ୍ଲକରୁ ଅନୁନ୍ୟ ଚାରିହଜାର ରୁ ଉର୍ଦ୍ଧ ବିଜେଡ଼ି ର ପୁରୁଷ ମହିଳା କର୍ମୀ ଯୋଗଦେଇଥିଲେ l ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରୁ ପଦ ଯାତ୍ରା ବାହାରି ବଜାର ଦେଇ ଟାଉନହଲ ରେ ପହଂଚିଥିଲା l ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ପଦଯାତ୍ରା ରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ. ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ଜ଼ିଲ୍ଲା ସଭାପତି ସରୋଜ କର୍ଣ୍ଣ. ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜ଼ିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର. ବାଲିଗୁଡା ଏନ ଏ ସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ କ ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପୁନମ କହଁର ଏବଂ ସାଂସଦ ପ୍ରତିନିଧି ବ୍ରିଷ୍ଣୁ କହଁର ପ୍ରମୁଖ ଯୋଗଦେଇଥିଲେ l ଆୟୋଜିତ ସାଧାରଣ ସଭା ରେ ରାଜ୍ୟ ସରକାର ଙ୍କ ସୁଦୂର ପ୍ରସାରି ଯୋଜନା ଏବଂ ଜନ ହିତକର କାର୍ଯ୍ୟକ୍ରମ ସମ୍ବନ୍ଧରେ ନେତା ମାନେ ବୁଝାଇଥିଲେ lଦଳୀୟ କର୍ମୀ ମାନେଗାଁ କୁ ଯାଇ ଗ୍ରାମାଞ୍ଚଳ ର ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ନବୀନ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇବା ସଂଗେ ସଂଗେ ସମ୍ପର୍କ ବୃଦ୍ଧି କରିବାଲାଗି ପରାମର୍ଶ ଦେଇଥିଲେl

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories