#Breaking News

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ, ତାପ ମାତ୍ରା ଫୁଲବାଣୀ ରେ ୧ ୩. ୫ ଡିଗ୍ରୀ ଓ ଦାରିଙ୍ଗବାଡି ରେ ୧୨ ଡିଗ୍ରୀ


ଫୁଲବାଣୀ(ସୁନୀଲ ପଟନାୟକ ) ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ରେ ଦେଖାଦେଇଛି ଶୀତ ଲହରୀ l ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳୁ ସକାଳୁ ଫୁଲବାଣୀ ସହର ଘନ କୁହୁଡି ର ଆସ୍ତରଣ ଦେଖିବାକୁ ମିଳିଥିଲା । ଆଜି ଶନିବାର ଫୁଲବାଣୀରେ ତାପମାତ୍ରା ୧ ୩. ୫ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡିରେ ପାପମାତ୍ରା୧୨ ଡିଗ୍ରୀ ସେଲସିୟସ ରହିଛି ।

ଆକାଶ ମେଘମୁକ୍ତ ରହିଥିବା ଫଳରେ ତାପମାତ୍ରା କମିବା ସହ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି ।
ଫଳରେ ସକାଳୁ ସକାଳୁ ଲୋକେ ଥଣ୍ଡାର ମଜା ଉଠାଇବା ସହ ବଡିକୁଫିଟ ରଖିବା ଲାଗି ଏକ ସରସାଇଜ,ମଣିଙ୍ଗୱlକ କରୁଛନ୍ତି ।

ସେହିପରି ଜିଲ୍ଲା ର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ୟ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ମଧ୍ୟ ଥଣ୍ଡା ହେଉଛି।
ଥଣ୍ଡା ବଢ଼ୁଥିବାରୁ ରାସ୍ତାକଡ଼େ ମେଲିଥିବା ଶୀତବସ୍ତ୍ର କିଣିବାଲାଗି ଭିଡ଼ ଦେଖିବାକୁ ମିଳୁଛି l

Leave a comment

Your email address will not be published. Required fields are marked *