#Breaking News

ରାଜ୍ୟ ସ୍ତରୀୟ କୁଶୁଲାପୁଞ୍ଜା ଡ଼ଙ୍ଗର ମହୋତ୍ସବ ରେ ଯୁବ ନାଟ୍ୟକାର ଙ୍କୁ ସମ୍ବର୍ଦ୍ଧନା


ଫୁଲବାଣୀ (ସୁନୀଲ ପଟନାୟକ ) ରାଜ୍ୟ ସ୍ତରୀୟ କୁଶୁଲା ପୁଞ୍ଜା ଡ଼ଙ୍ଗର ମହୋତ୍ସବ ର ଉଦଯାପନୀ ସନ୍ଧ୍ୟାରେ କନ୍ଧମାଳର ଯୁବନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ସ୍ୱମ୍ବର୍ଦ୍ଧନା l କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁର ର ଗୌଡ଼ କର୍ଲାଖୁଣ୍ଟା ଠାରେ ଚାରି ଦିନ ବ୍ୟାପି ଅନୁଷ୍ଠିତ ମହୋତ୍ସବରେ ରାଜ୍ୟରୁ ବହୁ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ l ଏକାଧାରରେ ପ୍ରମୋଦ ଜଣେ ଯୁବ ନାଟ୍ୟକାର ଲୋକ ସଂସ୍କୃତି ଗବେଷକ ଲୋକ କଳା ସଂଗଠକ ଏବଂ ନିର୍ଭୀକ ନିରପେକ୍ଷ ସାମ୍ବାଦିକ ତଥା ବହୁମୁଖି ପ୍ରତିଭା ର ଅଧିକାରୀ ପ୍ରମୋଦ ଙ୍କୁ ଆୟୋଜିତ ମହୋତ୍ସବ ରେ ମୁଖ୍ୟ ଅତିଥି ପୂର୍ଵତନ ମନ୍ତ୍ରୀ ତଥା ନର୍ଲାବିଧାୟକ ଭୂପିନ୍ଦର ସିଂ ଉପଢୌକନ ଏବଂ ମାନପତ୍ର ଦେଇ ସ୍ୱମ୍ବର୍ଦ୍ଧନା କରିଥିଲେ l ଅନୁଷ୍ଠାନ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅନନ୍ତ ପାଳ ଏବଂ ବରିଷ୍ଠ ସାମ୍ବାଦିକ ତଥା କବି ହେମନ୍ତ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Leave a comment

Your email address will not be published. Required fields are marked *