#Breaking News

କନ୍ଧମାଳର ଦୁର୍ଗମ ତଥା ମାଓ ଅଞ୍ଚଳକୁ ସ୍ଥାୟୀ ପକ୍କା ରାସ୍ତା, ଗ୍ରାମବାସୀ ଖୁସ


ଫୁଲ ବାଣୀ(ସୁନୀଲପଟନାୟକ)
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନ ମନ୍ତ୍ରୀ ଗ୍ରାମସଡକ ଯୋଜନା ରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ଏ ସବୁରାସ୍ତାକାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଖଜୁରିପଡ଼ା ବ୍ଳକର ସୁଡ୍ରୁ
କୁମ୍ଫା ଜାତୀୟ ରାଜପଥରୁ ଜାଣମେଣିକୁ ପ୍ରାୟ ୬.୫ କିମି ରାସ୍ତା ନିର୍ମାଣକରାଯାଇଛି ।
ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜୀ ଲଗାଇ ଯା ଆସ କରୁ ଥିଲେ। ସାଇ କଲ କିମ୍ବା ମୋଟରସାଇକଲ ରେ ଯିବାଆସିବା କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଥିଲ। । ଚାରିଚକିଆ ଯିବାର ପ୍ରଶ୍ନ ଉଠୁନଥିଲା। ଫଳରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଆସିପାରୁନଥିଲ।ଫଳରେ ଲୋକେ ଖଟ କିମ୍ବା ଦୋଳାରେ ଗର୍ଭବତୀ ମହିଳା ଓ ଅନ୍ୟ ବୃଦ୍ଧବୃଦ୍ଧାଙ୍କୁ ଡାକ୍ତରଖାନାଆଣୁଥିଲେ । ସ୍ଥାୟୀ ରାସ୍ତା ପାଇଁ ଦୀର୍ଘବର୍ଷ ହେଲା ଗ୍ରାମବାସୀ ଦାବୀ କରୁଥିଲେ ମଧ୍ୟ ମା ଓ ବାଦୀଙ୍କ ଚଳପ୍ରଚଳ ଯୋଗୁଁ ରାସ୍ତାକାମ ହୋଇପାରୁ ନ ଥିଲା। ତେବେ ବର୍ତ୍ତମାନର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ
ଇଂସୁଦେଶ ରାଉତଙ୍କ କାର୍ଯ୍ୟଦକ୍ଷତା,ନିଷ୍ଠା, ଆନ୍ତରୀକତା, ଓ ଉଦ୍ୟମ ଯୋଗୁଁ ଦୁର୍ଗମ ଓ ମାଓ ଅଞ୍ଚଳ ଜାଣମେଣି କାଳିଆମ୍ବା କୁ ସ୍ଥାୟୀ ପିଚୁ ରାସ୍ତା ସମ୍ଭବ ହୋଇଛି ବୋଲି ଅଞ୍ଚଳବାସୀ କହିବା ସହ ଖୁସି ବ୍ୟକ୍ତ କରିଛନ୍ତି।ଗମନା ଗମନ ର ସୁବିଧା ହେଲେ ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ଅଭିବୃଦ୍ଧି ଘଟିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ରାଉତ କହିଛନ୍ତି l
ସେହିପରି ଅଭିଜ୍ଞ ତଥା ବରୀଷ୍ଟ ଠିକାଦାର ଭାବେ ଜଣାଶୁଣା ପ୍ରସନ୍ନ କୁମାର ସ୍ଵାଇଁ ଏହି ରାସ୍ତା କାର୍ଯ୍ୟକରୁଛନ୍ତି । ଫଳରେ ଘାଟି କଟିଙ୍ଗ ସହ ରାସ୍ତା କାର୍ଯ୍ୟ କରାଯାଉଥିବା ଦେଖାଯାଇଛି । ନିକଟରେ ଏସ କ୍ୟୁ ଏମ
ଟିମ ଆସି ଏହି ରାସ୍ତା କାର୍ଯ୍ୟ ଯାଞ୍ଚ କରି କୁଆଡେ କାର୍ଯ୍ୟର ମାନ ଠିକ ଥିବା ସୂଚନା ଦେଇଛନ୍ତି । ଦାଇତ୍ୱ ରେ କନିଷ୍ଠ ଯନ୍ତ୍ରୀସହକାରୀ ଯନ୍ତ୍ରୀ ମଧ୍ୟ କାର୍ଯ୍ୟ ଯେପରି ଶିଘ୍ରସରିବ ସେଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି । ଏହି ରାସ୍ତା ଦ୍ଵାରା ଆଖପାଖ ଦୁଇତିନୋଟି ଗ୍ରାମର ହଜାରେ ରୁ ଉର୍ଦ୍ଧ୍ଵ ଲୋକ ଉପକୃତ ହୋଇପାରିବେ ବୋଲି ଠିକାଦାର ସ୍ଵାଇଁ କହିଛନ୍ତି।
ସେହିପରି ଗତ ଦୁଇତିନି ବର୍ଷ ତଳେମାଓ ଅଂଚଳ ଭାବେ ପରିଚିତ ନିକଟ ବର୍ତ୍ତୀ ମାଡ଼ିକଲା, ଟିକିରିପଡାପାତିଆମ୍ବl କୁ ମଧ୍ୟ ସ୍ଥାୟୀ ସୁନ୍ଦର ପିଚୁ ରାସ୍ତା ମଧ୍ୟ ଆର ଡ଼ି ବିଭାଗ ଦ୍ୱାରା ନିର୍ମାଣ ହୋଇଛି l ସୂଚନା ଯୋଗ୍ୟ ଯେ, ମାଓବାଦି ମାନେ ରାସ୍ତା କାମ କୁ ବିରୋଧ କରି ଠିକା କ୍ୟାମ୍ପ ଜଣେଜଗୁଆଳ କୁ ହତ୍ୟା କରିବା ସହ ଜେସିବି ଟ୍ରାକ୍ଟର ଆଦି ଅନେକ ଜିନିଷ ପୋଡିଦେଇଥିଲେ, ତଥାପି ଜୀବନ କୁ ବାଜି ଲଗାଇ ଠିକାଦାର ଓ ଯନ୍ତ୍ରୀ ରାସ୍ତା କାର୍ଯ୍ୟ ସାରି ଗମନା ଗମନ ର ସୁବ୍ୟବସ୍ଥା କରିଥିଲେ l
ସେହିପରି ମାଓ ଅଧ୍ୟୁଷିତ ଫିରିଙ୍ଗିଆ ବ୍ଲକ ଅଂଚଳ ର ଅନେକ ଗ୍ରାମ କୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଥିବା ବିଭାଗ ସୂତ୍ରରୁ ଜଣାପଡିଛି l ବିଭାଗ କୁ ଅଧିକ ରୁ ଅଧିକ ଅର୍ଥ ଯୋଗାଇ ଦେଲେ ଦୁର୍ଗମ ଅଂଚଳ କୁ ଗମନା ଗମନ ର ସୁବିଧା ହୋଇପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l

Leave a comment

Your email address will not be published. Required fields are marked *