#Breaking News

ରଙ୍ଗପାରୁ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ମାମଲା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚା ର ଅନଶନ ଧର୍ମଘଟ ଚତୁର୍ଥ ଦିନରେ


ଫୁଲବାଣୀ
କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳ ରେ ଘଟିଥିବା ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ରେଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡିତା ଙ୍କ ପରିବାର ଙ୍କୁ କ୍ଷତି ପୂରଣ ଦାବୀ କରିଆଜି ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ଯୁବମୋର୍ଚାର ଧାରଣା ଚତୁର୍ଥ ଦିନରେ ପହଁଞ୍ଚିଛି l ଏହି ଘଟଣା ରେ ଜିଲ୍ଲା ପ୍ରଶାସନ ର ଓ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଛାତ୍ରୀ ଓ ତାର ନବଜାତ ଶିଶୁ ର ମୃତ୍ୟୁ ହେଲା l ତେବେ ଜିଲ୍ଲାପ୍ରଶାସନ କେବଳ ମେଟ୍ରୋନ ଙ୍କୁ ଚାକିରୀ ରୁ ବହିସ୍କୃତ କରିଥିବାବେଳେ ଅନ୍ୟ ମାନଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ଦେଇ ଚୁପ ବସିଛି ବୋଲି ଯୁବ ମୋର୍ଚା ସଭାପତି କହଁର ଅଭିଯୋଗ କରିଛନ୍ତି l ସରକାର ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନଗ୍ରହଣ କରିନି ଏଯାଏଁ l ପୀଡିତା ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ରାଶି ଯୋଗାଇଦେବାସହ ଦୋଷୀ ଅନ୍ୟ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଧର୍ମଘଟ କରୁଛି ବିଜେପି ଯୁବ ମୋର୍ଚା l
ଦାବୀ ପୂରଣ ନ ହେବା ଯାଏ ଧାରଣା ଜାରିରହିବ ବୋଲି ସଭାପତି କହଁର କହିଛନ୍ତି l

Leave a comment

Your email address will not be published. Required fields are marked *