#Breaking News

୧ ୨ ଦଫା ଦାବୀ ପୂରଣ ନେଇ ଜିଲ୍ଲା ଆଶା କର୍ମୀ ସଙ୍ଘ ପକ୍ଷରୁ ରା଼ଲ୍ଲୀ ଓ ବିକ୍ଷୋଭ


ଫୁଲବାଣୀ(ସୁନୀଲ ପଟନାୟକ )
୧ ୨ ଦଫା ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା ଆଶା କର୍ମୀ ସଂଗଠନ ପକ୍ଷରୁ ସଦରମହକୁମା ଫୁଲବାଣୀ ଠାରେ ରା଼ଲ୍ଲୀ ଓ ବିକ୍ଷୋଭ
ଅନୁଷ୍ଠିତ ହୋଇଥିଲା l ଏହି ରା଼ଲ୍ଲୀ ମା ଦି କୁନ୍ଦା ଛକ ରୁ ବାହାରି ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା l ସେମାନଙ୍କ ଦାବୀ ମଧ୍ୟରେ ରହିଛି ମାସିକ ଦରମା ୧୮ ହଜାର କୁ ବୃଦ୍ଧି, ପ୍ରତି ପି ଏଚ ସି ରେ ଆଶା ଗୃହ ନିର୍ମାଣ, ପେନସେନ ବ୍ୟବସ୍ଥା, ବୀମା ସୁବିଧା ଆଦି ଦାବୀ ଅନ୍ତର୍ଭୁକ୍ତ l
ସଙ୍ଘ ସଭାନେତ୍ରୀ ଅମ୍ବିକା କହଁର, ଓ ସମ୍ପାଦିକା ଙ୍କ ନେତୃତ୍ୱରେ ରା଼ଲ୍ଲୀ ଅନୁଷ୍ଟିତ ହୋଇଥିଲା l ଏହି ଅବସରରେ ଏକ ସ୍ମାରକ ପତ୍ର ପ୍ରଶାସନ କୁ ପ୍ରଦାନ କରାଯାଇଥିଲା l
ଜିଲ୍ଲା ର ପ୍ରତି ବ୍ଲକ ରୁ ଆଶାକର୍ମୀ ଯୋଗ ଦେଇଥିଲେ l
ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା l

Leave a comment

Your email address will not be published. Required fields are marked *