#Breaking News

ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର ଦିଦି ବି ଖୁସ, ପିଲାଏ ଖୁସ


ଫୁଲବାଣୀ (, ସୁନୀଲ ପଟନାୟକ )
ଟିକିଏ ଭଲ କରି ଦେଖନ୍ତୁ ଏହି ଅଙ୍ଗନ ବାଡି କେନ୍ଦ୍ର ଟିକୁl ଦେଖିଲେ ଲାଗୁଛି ଅଙ୍ଗନବାଡି କେନ୍ଦ୍ର ନୁହେଁ ଚିଲଡ୍ରେନ୍ସ ପାର୍କ l ଭଳିକିଭଳି ଫୁଲ ଗଛ ସାଙ୍ଗକୁ ପିଲାଙ୍କ ଖେଳିବା ପାଇଁ ଖସଡ଼ା, ଦୋଳି, ଉଠାପକା ଖେଳ ଆଦି ବିଭିନ ପ୍ରକାର ସୁନ୍ଦର ସୁନ୍ଦର.ଖେଳ ସାମଗ୍ରି ମାନ ରହିଛି କେନ୍ଦ୍ର ସମ୍ମୁଖରେ lଆଉ ଇନ ଡୋର ଖେଳ ସାମଗ୍ରୀ ଓ ପଠନ ସାମଗ୍ରି ମଧ୍ୟ ଭିତରେ ରହିଛି l ଅଙ୍ଗନବାଡୀ ଘର କଥା ନ କହିବା ଭଲ l ସ୍ମାର୍ଟ ଟିଭି ସହ ସୋଲାର ବିଦ୍ୟୁତ ସିଷ୍ଟମ ସହ ସମସ୍ତ ସୁବିଧା ଥାଇ ଅତ୍ୟାଧୁନିକ ଶୈଳୀ ରେ ଉଚ୍ଚମାନର ଅଙ୍ଗନବାଡି ଘର ନିର୍ମାଣ ହୋଇଛି lଯେ କେହିବି ଦେଖିଲେ କିଛିସମୟ ପାଇଁ ଅଟକିଯିବ ନିଶ୍ଚୟ l ଏ ଭଳିପ୍ରଥମ କରି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଛି କନ୍ଧମାଳ ଜିଲାର ମାଓ ଅଧ୍ୟୁଷିତ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ ର ମାଶିରୀପଡା ଗ୍ରାମରେ l
ଏଭଳି ଅତ୍ୟାଧୁନିକ ଅଙ୍ଗନବାଡି କେନ୍ଦ୍ର ଦେଖି ଦିଦି ଖୁସ ଆଉ ପିଲାଏ ବି ଖୁସ l ସେହିପରି ଅବିଭାବକ ବି ଖୁସି ବ୍ୟକ୍ତ କରିଛନ୍ତି l
ଏହି ଅଙ୍ଗନବାଡି କେନ୍ଦ୍ର କୁ ଏବେଆଗ ଅପେକ୍ଷା ବହୁ ସଂଖ୍ୟାରେ ଶିଶୁ ପାଠପଢ଼ିବାକୁ ଆସୁଥିବା ଦେଖିବାକୁ ମିଳୁଛି l
ଫିରିଙ୍ଗିଆ ବିଡ଼ିଓ ରଶ୍ମିରଂଜନ ମହନ୍ତ ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗୁଁ
ଏହା ସଂଭବ ହୋଇପାରିଛି l
କେବଳ ଏହି ଗୋଟିଏ କେନ୍ଦ୍ର ନୁହେଁ ଏଭଳି ୧ ୨ ଟି ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର ଫିରିଙ୍ଗିଆ ବ୍ଲକ ଅଂଚଳ ରେ ନିର୍ମାଣ କରାଯାଉଥିବା କଥା ବିଡ଼ିଓ ମହନ୍ତ କହିଛନ୍ତି l
ଏହି କେନ୍ଦ୍ର ନିର୍ମାଣ ମନରେଗା ଆଉ ଇଣ୍ଟେରେଷ୍ଟ ମନି ମିଶାଇ କମ ମୂଲ୍ୟରେ ନିର୍ମାଣ କରା ଯାଉଥିବା ଜଣା ପଡ଼ିଛି l ଏଭଳି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେଲେ ଶିଶୁମାନଙ୍କ ମାନସିକ, ଶାରୀରିକ ଓ ଭୌତିକ ବିକାଶ ସଂଭଵ ହେବ ବୋଲି ଅବିଭାବକ ଓ ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି l

Leave a comment

Your email address will not be published. Required fields are marked *