#Breaking News

ତୁମୁଡିବନ୍ଧରେ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ‘ଡିଜିଗୋଭ’ କର୍ମଶାଳା


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଶିକ୍ଷା ଅଭିଯାନ ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା ଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ତୁମୁଡିବନ୍ଧ ବ୍ଲକ ର ୧୩୬ଟି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସ୍ତରରେ ସରକାରୀ ଅନୁଦାନ କୁ ଏହି “ଡିଜିଗୋଭ” ମାଧ୍ୟମରେ କିଭଳି ଭାବେ ବିନିଯୋଗ କରାଯିବ ସେ ଉପରେ ତୁମୁଡିବନ୍ଧ ଭାରତୀୟ ଷ୍ଟେଟବ୍ୟାଙ୍କ ର ଶାଖା ପରିଚାଳକ ତୃପ୍ତି ରଞ୍ଜନ ସ୍ବାଇଁ ଏହି ବ୍ଲକ ର ୧୩୬ଜଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,୧୩ଜଣ ସିଆରସିସି ଓ ବିଇଓ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ର ପର୍ଯ୍ୟବେକ୍ଷକ ଭାବେ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ର ଆର୍ଥିକ ପରାମର୍ଶଦାତା ଦୀପ୍ତି ରଙ୍କନ ଶୁକ୍ଳା ଯୋଗଦେଇ ଏହାର ସୁଫଳ ବିଷୟରେ କହିଥିଲେ। ତୁମୁଡିବନ୍ଧ ବିଇଓ ଜଗନ୍ନାଥ ସାହୁ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳା କୁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ତୁମୁଡିବନ୍ଧ ବିଆରସିସି ସାଙ୍ଗୁଡ଼ା ରୁପା ମାଝୀ, ଆକାଉଟାଣ୍ଟ ସଚିକେତା ସାହୁ ଙ୍କ ସହ ତୁମୁଡିବନ୍ଧ ଭାରତୀୟ ଷ୍ଟେଟବ୍ୟାଙ୍କ ର ସମସ୍ତ କର୍ମଚାରୀ ଏହି କର୍ମଶାଳାରେ ଉପସ୍ଥିତ ଥିଲେ। ତୁମୁଡିବନ୍ଧ ବ୍ଲକ ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶୀନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *