ଦାରିଙ୍ଗବାଡି ରେ ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର

Udaya_Labanya | November 9, 2022 | 61 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାଠାରୁ ମାତ୍ର ୨ଶହ ମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟଏବଂ ବ୍ଲକ କାର୍ଯ୍ୟାଳୟ ନିକଟରେ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ କୋଟଗଡ଼ ଥାନା ଅଞ୍ଚଳର ଏଲିଅ ସୁନାମାଝି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଆଇଆଇସି କୌଶିକ ମାଝି କହିଛନ୍ତି। ଗୁରୁତର ସନାଙ୍କୁ ପୋଲିସ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଗୁଳି ଫୁଟି ତାଙ୍କ ହାତ ପାପୁଲିରେ ଆଘାତ ଲାଗିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଏଲିଅ ଏକ ଗୁଳି ଭର୍ତ୍ତି ବନ୍ଧୁକ ନେଇ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସିଥିଲେ। ବନ୍ଧୁକଟିକୁ ଏକ ବସ୍ତା ଭିତରେ ଲୁଚାଇ ସେ କେଉଁଆଡ଼େ ନେଉଥିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ତାଙ୍କ ସମ୍ପୂର୍ଣ୍ଣ ପରିଚୟ ଏବଂ ସେ କାହିଁକି ବନ୍ଧୁକ ଧରି କୋଟଗଡ଼ ଅଞ୍ଚଳରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସିଥିଲେ ଏ ସମସ୍ତ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ପୋଲିସ ନିଜ ପଟୁ ଏକ ମାମଲା ରୁଜୁ କରି ଅତି ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories