ବାରଖମାରେ ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ ଶିବିର

Udaya_Labanya | November 9, 2022 | 12 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ବାରଖମା ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଜି.127 ସିଆରପିଏଫ ବାଟାଲିୟନ ଆଣ୍ଟି ନକ୍ସଲ ଡ୍ୟୁଟି ପାଇଁ ବାଲିଗୁଡା ଥାନା ଅନ୍ତର୍ଗତ ବାରଖାମାରେ ନିୟୋଜିତ ଅଛି l ଏହି କାର୍ଯ୍ୟକ୍ରମରେ ବାରଖମା, ରେବିଙ୍ଗିଆ ଏବଂ ସୁଡୁରା ଗ୍ରାମ ପଞ୍ଚାୟତର ୟୁ.ଜି. ହାଇସ୍କୁଲ୍ ଜାର୍ଗୀଭଟ୍ଟା , ସରକାରୀ ହାଇସ୍କୁଲ୍ ବାରଖାମା, ସେଣ୍ଟ.ଫ୍ରାନ୍ସିସ୍ ଇଂରାଜୀ ମଧ୍ୟମ ବିଦ୍ୟାଳୟ ଏବଂ ଅଞ୍ଚଳବାସୀଙ୍କ ସମେତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବ ଗୋଷ୍ଠୀ ସାମିଲ୍ ହୋଇଥିଲେ । ଏହି ଅବସରରେ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହିତ ଯୁବ ଗୋଷ୍ଠୀଙ୍କ କ୍ରୀଡ଼ାରେ ବିକାଶ ପାଇଁ ଭଲିବଲ୍, ଭଲିବଲ ନେଟ, ଫୁଟବଲ୍, ହ୍ୟାଣ୍ଡବଲ ପ୍ରଭୁତି ଖେଳ ସାମଗ୍ରୀ ବଣ୍ଟନ କରାଯିବା ସହ ସିଆରପିଏଫ୍ ପକ୍ଷରୁ ୨୦ଟି ଅସହାୟ ପରିବାରଙ୍କୁ ବିଭିନ୍ନ

ରୋଷେଇ ସାମଗ୍ରୀ ଯଥା :- ୟୁଟେନସିଲ୍ ଆଇଟମ, ଆଲୁମିନିୟମ୍ କଡେଇ,ଷ୍ଟିଲ୍ ପଟିଲା , ଷ୍ଟିଲ୍ କରଚି, ଷ୍ଟିଲ୍ ଫ୍ରାଏଙ୍ଗ୍ ପ୍ୟାନ୍, ସର୍ଭିଙ୍ଗ୍ ଚାମଚ, ଏବଂ ଷ୍ଟିଲ୍ ଗ୍ଲାସ୍ ଏବଂ ଷ୍ଟିଲ୍ ପ୍ଲେଟ୍ ବଣ୍ଟନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା,ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ମାନବିକ ସିଭିକ୍ ଆକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଅଞ୍ଚଳ ବାସୀଙ୍କ ସହ ପୋଲିସର ସୁସମ୍ପର୍କ ସ୍ଥାପନ କରିବା ଏବଂ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସିଆରପିଏଫର ଦ୍ୱିତୀୟ-ଇନ-କମାଣ୍ଡ ମାଉଲି ମୋହନ କୁମାର । ଅତିଥି ମାନଙ୍କ ଦ୍ବାରା ସ୍ଥାନୀୟ ଜନସାଧାରଣଙ୍କୁ ସମସ୍ତ ସାମଗ୍ରୀ ବଣ୍ଟନ କରାଯାଇଥିଲା l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜି.127 ବାଟାଲିୟନର କମାଣ୍ଡିଙ୍ଗ ଅଧିକାରୀ ଇନ୍ସପେକ୍ଟର ପି.ଭି.ବେଣୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ମଲ୍ଲିକ ରେବିଙ୍ଗିଆ ସରପଞ୍ଚ ଶ୍ରୀମତୀ ରଞ୍ଜୁଲତା ମଲ୍ଲିକ୍, ବାରଖମା ସରପଞ୍ଚ ଶ୍ରୀମତୀ କୁମୁଦିନି ମଲ୍ଲିକ, ସୁଡୁରା ସରପଞ୍ଚ ଶ୍ରୀମତୀ ସରୋଜିନୀ ମଲ୍ଲିକ ଏବଂ ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଯୋଜନା ଅଧୀନରେ ସମୁଦାୟ 20 ପରିବାର, ତିନୋଟି ବିଦ୍ୟାଳୟ ଉପକୃତ ହୋଇଥିଲେ | ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକଳାପ କରାଯିବ ବୋଲି 127 ବାଟାଲିଆନର ଦ୍ୱିତୀୟ-ଇନ-କମାଣ୍ଡ ମାଉଲି ମୋହନ କୁମାର ସୂଚନା ଦେଇଛନ୍ତି l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 3 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories