#Breaking News

ଆଜି ଛାଡଖାଇ,ଆମିଷବଜାରରେ ଲୋକଙ୍କ ହାଉଯାଉ


ଫୁଲବାଣୀ-(ସୁନୀଲ ପଟ୍ଟନାୟକ)
ଆଜି ଛାଡଖାଇ । ମାସ ଯାକ ଛାଡିଥିବା ଲୋକଙ୍କ ପାଟିରେ ଆମିଷ ଝୋଳ ଆଜି ପାଟିରେ ବାଜିବ । କାର୍ତ୍ତିକମାସ ଯାକ ହବିଷ କରିଥିଲେ ।ଗତକାଲି ପୂର୍ଣ୍ଣମା ଥିଲା।
ସଂଖ୍ୟା ରେ ଲୋକେ ସକାଳୁ ସକାଳୁ ଡଙ୍ଗା ମଧ୍ୟ ଭସାଇଥିଲେ। ମନ୍ଦିରରେ ଦୀପ ଜାଳି ପରୀବାର ର ଶୁଭ ମନାସୀ ଥିଲେ।
ହେଲେ ଆଜି ଛାଡଖାଇ ବୁଧବାର ହୋଇଥିବାରୁ ଲୋକ ଭାରି ଖୁସ I ତେବେ ମାର୍ଗଶୀର ଗୁରୁବାର ଥିବାରୁ କେହି କେହି
ସେମାନଙ୍କୁଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ।
ହେଲେ ଅଧିକାଂଶ ଆଜି ଛାଡଖାଇ କରୁଛନ୍ତି। ଆଉ ଧର୍ଯ୍ୟ ନାହିଁ ଅପେକ୍ଷା କରିବାଲାଗି ଫଳରେ ଆଜି ସକାଳୁ ସକାଳୁଆମିଷବଜାର ରେ ଭିଡ଼ ଦେଖିବାକୁ ମିଳିଥିଲା। ଆମିଷ ଖାଉଥିବା ଲୋକ ରାତି ନ ପାଉଣୁ ଫୁଲ ବାଣୀ ସହରରେ ଥିବା ବିଭିନ୍ନ ଆମିଷ ଦୋକାନରେ ଲାଇନ ଲଗାଇ ଦେଇଥିଲେ। କିଏ ମଟନ ପାଇଁ ତ ଆଉ କିଏ ଚିକେନ ଦୋକାନରେ ଭିଡ଼ ଜମାଇଥିଲା। ସେହିପରି ମାଛ ଖାଉଥିବା ଲୋକ ମାଛ ମାକୈଟ ରେ ଆଜି ଭିଡ଼ ଜମାଇଥିଲେ । ଭଲ ବାର ଥିବାରୁ ଆଜି ବେପାର ଜମି ବ ବୋଲି ଆମିଷ ବ୍ୟବସାୟିମାନେ କହିଛନ୍ତି।
ମାସ ଯାକ ହବିଷାନ୍ନ ଖାଇ ସତେ ଯେପରି ପାଟିଟା ଟିକିଏ ହଡସିଆ ହୋଇ ଯାଇଥିଲା।ମାସ ଯାକ ପାଟିରେ ଟିକିଏ ମଟନ ଝୋଳ କି ଚିକେନ କଷା ,କି ମାଛ ବେସର ଟିକିଏ ବାଜି ନଥିଲା। ଆଜି ଛାଡ଼ଖାଇ ରେ ଯେମିତି ହେଲେ ଘରକୁ ଆମିଷ ଟିକିଏ ଯିବ। ଆଗରୁ ଘରଣୀ ଫରମାଇସ କରି ଛନ୍ତି ।
ଲୋକଙ୍କ ଡିମାଣ୍ଡ କୁ ଦେଖି ବ୍ୟବସାୟୀମାନେ ଚିକଣିଆ ଖାସୀ, ଚିକେନ ,ବିଭିନ୍ନ ଭେରାଇଟି ର ମାଛ,ଚିଙ୍ଗୁଡ଼ି ଆଦି ମହଯୁଦ ରଖିଛନ୍ତି ମଧ୍ୟ।ତା ସାଙ୍ଗରେ ଚାହିଦା ଦେଖି ଦର ମଧ୍ୟ କଷି ଥିଲେ। ହେଲେ ଦରପ୍ରତି କାହାର ଖାତିର ନାହିଁ। ଯେତେ ଟଙ୍କା ପଡ଼ିଲେ ବି ଆଜି ଛାଡଖାଇ ରେ ଆର୍ମିଷ ପାଟିରେ ବାଜିବ । ଏହାର ଫାଇଦା ଉଠାଇଥିଲେ ବେପାରୀ,
ମାସେ ହେଲା ହାତ ବାନ୍ଧି କସିଥିଲେ।କାଂ ଭା ମଝିରେ ମଝିରେ ବେପାର ଟିକିଏ ହେଉଥିଲା
ଅଂଳ।ନବମୀ ରୁ ପୁରାପୁରି ବନ୍ଦ ଥିଲା ବେପାର। ଆଜିଛାଡଖାଇ ରେ ଭଲ ବେପାର ହେଉଥିବାରୁ ଆମିଷ ବେପାରୀ ବେଶ ଖୁସି ।
ତେବେ ଆଜି ପରୀବା ମାର୍କେଟ ପୂରା ଖାଁ ଖାଁ ଲାଗିଥିଲା । ନିରାମିଷ ଲୋକେ ପନୀର ଓ ଛତୁ ଘରକୁ ନେଇ ଥିଲେ।
ତେବେ କାର୍ତ୍ତୀକ ମାସରେ ମାସ ଯାକ ହବିଷ ବ୍ରତ କରି ନିଷ୍ଠାର ସହ ପୂଜାର୍ଚନା କରି ପରିବାରର ସୁଖସମୃଦ୍ଧି କାମନା କରୁଥିଲେସମସ୍ତେ ,ହେଲେ ଆଜିର ଆମିଷବଜାରକୁ ଦେଖିଲା ପରେ ସତେ ଯେପରି ଆଖିପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା ପରି ମନେ ହେଉଥିଲା।

Leave a comment

Your email address will not be published. Required fields are marked *