#Breaking News

ଦ୍ୱିତୀୟ ଥର ଗିନିଚ ବୁକ ଅଫ ୱାର୍ଲଡ ବିଜେତା ହେଲେ କନ୍ଧମାଳ ର ସନ୍ଧ୍ୟାରାଣୀ


ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳ ର ସନ୍ଧ୍ୟାରାଣୀ ବେହେରା ପୁଣି ଥରେ ଗିନିଚ ୱାର୍ଲଡ ଅଫ ରେକର୍ଡ ରେ ସ୍ଥାନପାଇଁ କନ୍ଧମାଳ ଓ ଓ଼ଡିଶା ପାଇଁ ଗୌରବ ଆଣିଦେଇଛନ୍ତି l
ପୂର୍ବରୁ ଆକର୍ଷଣୀୟ ବୁଣାକୌଶଳ ପାଇଁ 2019/20
ରେ ଗିନିଚ ୱାର୍ଲଡ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ lଚଳିତ ବର୍ଷ ସେପ୍ଟେମ୍ବର ୧ ୮ ରେ ବିଶାଖପାଟନା ରେ ଅନୁଷ୍ଠିତ ପଶମ ସୁତା ରେ ନିର୍ମିତ ଟୋପି ଉପରେ ହୋଇ ଥିବା ଭାଗ ନେଇ ଏହି କୃତିତ୍ୱ ଅର୍ଜନ କରି ଥିଲେ ସନ୍ଧ୍ୟା lଏହି ପ୍ରତିଯୋଗିତାରେ ଦୁଇଶହ ଚାଳିଶ କିସମ ର ରଙ୍ଗ ବେରଂଗ ପଶମ ଟୋପି ପ୍ରଦର୍ଶିତ କରି ବିଚାରକ ମାନଙ୍କମନ ଓ ହୃଦୟ ଜିଣିଥିଲେ l ଏହା କରିବାକୁ ତାଙ୍କୁ ଏକମାସ ସମୟ ଲାଗିଥିବା କହିଛନ୍ତି ସନ୍ଧ୍ୟା l
ଓଡିଶା ରୁ ଚାରି ଜଣ ଅଂଶ ଗ୍ରହଣ କରିଥିଲେ lସନ୍ଧ୍ୟା ରାଣୀ ଙ୍କୁ ଗିନିଚ ବୁକ ଅଫ ୱାର୍ଲଡ ପକ୍ଷରୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l
ଗିନି ଚ ବୁକ ରେ ସ୍ଥାନ ପାଇବାପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ସନ୍ଧ୍ୟା l ଏହା ତାଙ୍କର ଆଗ୍ରହ, ନିଷ୍ଠା, ପରିଶ୍ରମ ର ଫଳ ବୋଲି କହିଛନ୍ତି lସନ୍ଧ୍ୟା ଙ୍କ କଲେଜ ପଢୁଆ ଝିଅ ସୃତିସୁଧା ମଧ୍ୟ ମା ଙ୍କୁ ବିଭିନ୍ନ କ୍ଷେତ୍ର ରେ ସହଯୋଗକରିଥିଲେ l
ସନ୍ଧ୍ୟାରାଣୀ ରେଳ ବିଭାଗ ରେ ମହିଳା କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି l ପ୍ରଥମେ ଗିନିଚ ବୁକ ଅଫ ୱାର୍ଲଡ ରେକର୍ଡ ପାଇବା ପରେ କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବାସହ ସନ୍ଧ୍ୟା ଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତମଧ୍ୟ କରିଥିଲେ l
ବରିଷ୍ଠ ସାମ୍ବାଦିକ ତଥା ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଚକାପାଦ ବିଡ଼ିଓ ଅନିଲ ପଟନାୟକ ପ୍ରମୁଖ ସନ୍ଧ୍ୟାରାଣୀ ଙ୍କୁ ଅଭିନନ୍ଦନଜଣାଇବା ସହ ଉତରୋତର ଉନ୍ନତି କାମନା କରିଛନ୍ତି l

Leave a comment

Your email address will not be published. Required fields are marked *