#Breaking News

ବ୍ରାହ୍ମଣୀଗାଁ ନୂତନ ବ୍ଳକ ଗଠନ ଦାବୀ କରି ବିଧାନସଭା ଆଗରେ ଧାରଣା ନିଷ୍ପତ୍ତି


ଫୁଲବାଣୀସୁନୀଲ ପଟନାୟକ,
ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ଵ ହେବ ଜାନକୀ ସରକାର ସମୟରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀଗାଁକୁ ନୂତନ ବ୍ଳକ ଘୋଷଣା ଦାବୀ କରାଯାଉଥିଲେ ମଧ୍ୟ ସରକାର ଶୁଣୁ ନାହାନ୍ତିି।
ବିଭିନ୍ନ ସମୟରେ ରାଲୀ , ବିକ୍ଷୋଭ ,ବନ୍ଦ ଡାକରା ଏପରିକି ଭୋଟ ବର୍ଜନ ମଧ୍ୟ ହୋଇଛି। ତଥାପି ସୁଫଳ ମିଳିନି । ଫଳରେ ଏବେ ଆଗାମୀ ବିଧାନସଭା ସମୟରେ ବିଧାନସଭା ଆଗରେ ଧାରଣା ଦେବା ଲାଗି ଅଞ୍ଚଳର ଆଠଟି ପଞ୍ଚାୟତକୁ ନେଇ ଗଠିତ ବ୍ଲକଗଠନ ଅଭିଯାନ କମିଟି ନିଷ୍ଠତି ନେଇଛି ।
ଗତ କାଲି ୮ଟି ପଞ୍ଚାୟତର ପ୍ରତିନିଧି, ସମାଜସେବୀ ଓ ବୁଦ୍ଧିଜିବୀ ଯୋଗ ଦେଇ ଏହି ନିଷ୍ପତ୍ତି ନେଇଛନ୍ତି । ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତ । ମଲିକ ଅଧ୍ୟକ୍ଷତା କରିଥିବାବେଳେ ସଭାପତି ଅମିର ଚାନ୍ଦନା ଏକ ସଂପାଦକ ଦିବ୍ୟସିଂହପାତ୍ର, ଜିଲ୍ଲାପରିଷଦ ସଭ୍ୟା ଦି ପିକା ମୁଠା ମାଝି, ସାଂସଦ ବ୍ଳକ ପ୍ରତିନିଧି ଅକ୍ଷୟ ନାଏକ, ପୂର୍ବତନ ବ୍ଲକ ଉପ।ଧକ୍ଷରମାକାନ୍ତ ବଳିଆରସିଂ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାଲାଗି ଦାବୀ କରିବା ସହ ଏ ସଂପର୍କରେ ପଞ୍ଚାୟତରାଜ ମନ୍ତ୍ରୀ, ସାଂସଦ, ଜି.ଉଦୟଗିରି ବିଧାୟକ, ପ୍ରମୁଖଙ୍କୁ ଅବଗତ କରିବା ସହ ଆଗାମୀ ଶୀତକାଳୀନ ଅଧିବେଶନରେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଥିଲେ. ।

Leave a comment

Your email address will not be published. Required fields are marked *