#Breaking News

ଭୁବନେଶ୍ୱର ରେ କନ୍ଧମାଳ ଫଟୋ ଷ୍ଟୁଡ଼ିଓ ସଂଘ ପୁରସ୍କୃତ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ତିନିଦିନ ଧରି ଭୁବନେଶ୍ୱର ଠାରେ ରାଜ୍ୟ ଫଟୋ ଷ୍ଟୁଡ଼ିଓ ମାଲିକ ମହାସଂଘ ଓ ଫଟୋ ଗ୍ରାଫର ମହାସଂଘ ପକ୍ଷରୁ ଚାଲିଥିବା ମେଳାରେ କନ୍ଧମାଳ ଜିଲା ଫଟୋ ଷ୍ଟୁଡ଼ିଓ ମାଲିକ ସଂଘ ପୁରସ୍କୃତ ହୋଇଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଫଟୋ ଷ୍ଟୁଡ଼ିଓ ମାଲିକ ଓ ଫଟୋ ଗ୍ରାଫର ମାନେ ଯୋଗଦେଇଥିବା ବେଳେ ଏଥିରେ ବିଭିନ୍ନ କ୍ୟାମେରା କମ୍ପାନୀର କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫଟୋ ଗ୍ରାଫର ମାଲିକ ଓ ଫଟୋ ଗ୍ରାଫର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ଏ ଦିଗରେ ପଦକ୍ଷେପ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । କନ୍ଧମାଳ ସଂଘ ଗତ ଦିନରେ ତାହାର ଉତ୍ତମ କାର୍ଯ୍ୟ ପାଇଁ ମହାସଂଘ ପକ୍ଷରୁ ପୁରସ୍କୃତ କରାଯାଇଥିବା ବେଳେ ମହାସଂଘ ସଭାପତି ଶିଶିର ନାୟକ ଓ ଅନ୍ୟମାନେ ପୁରସ୍କୃତ କରିଥିଲେ ।

Leave a comment

Your email address will not be published. Required fields are marked *