#Breaking News

ରାସ୍ତା ନିର୍ମାଣ ନାମରେ ଚାଲିଛି ଗଛକଟା


ଫୁଲବାଣୀ
ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଉପରେ ସରକାର ଗୁରୁତ୍ଵ ଦେଉଥିବାବେଳେ
ରାସ୍ତାକାମ ନାମରେ ଜଙ୍ଗଲ ବିଭାଗ ଅଜାଣତରେ ଠିକାଦାରକୁ ଆଡେ ଗଛ ସବୁ କାଟି ପଦା କରିଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ପୁର୍ତ୍ତ ବିଭାଗ ଦ୍ଵାରା ଟେଣ୍ଡର ପାଇଫୁଲବାଣୀ ବ୍ଳକ ଅନ୍ତର୍ଗତ ସାର୍ତ୍ତା ଗୁଡ଼ା ଛକରୁ ମିଣିଆ କାଠି ଡ଼କାଙ୍ଗି ରାସ୍ତାରେ ଠିକା କାମକରୁଥିବା ଜନୈକ ଠିକାଦାର ଲୋକ ଲଗାଇ ବଡ଼ ବଡ ଗଛ ସବୁ କାଟି ତଳେ ପକାଇଥିବା ଦେଖିବାକୁ ମିଳୁଛି । ତେବେ ଜଙ୍ଗଲ ବିଭାଗ ଅବଗତ ନଥିବା କହିଛି । ରାସ୍ତା ନିର୍ମାଣ ପାଇଁ ପ୍ରକୃତରେ ଗଛକଟାଯିବା ଜରୁରୀ ନାନାହିଁ। ପୂର୍ବରୁ ରାସ୍ତା ଲାଗି ହୋଇଥିବା ସର୍ଭେରେ କେତେ ଗଛକଟିବ ବୋଲି ଦର୍ଶାଯାଇଛି କି? ଏଥିରେ ଜଙ୍ଗଲ ବିଭାଗ ମୁଖ୍ୟ ଅନୁମତି ଦେଇଛନ୍ତି କି?
ନା ଠିକାଦାର ବେଆଇନ ଭାବେ ଗଛକାଟୁଛି । ଯଦିଅନୁମତି ରହିଛି ତେବେ ଜଙ୍ଗଲ ବିଭାଗକୁ ଜଣାଇ ସେମାନଙ୍କ ଉପସ୍ଥିତିରେ ନିୟମ ପ୍ରକାରେ କଟାଯିବା କଥା।
ଏଣୁ, ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ତେବେ ଦାୟୀତ୍ଵରେ ଥିବା ଫୁଲବାଣୀ ଜଙ୍ଗଲ ବିଭାଗରେ ରେଞ ଅଫିସର ଶିଶିର କୁମାର ଝାଙ୍କର ଏହା ରତଦନ୍ତ କରି ସତ୍ୟାସତ୍ୟ ଜାଣିବାପରେ ଉପରିସ୍ଥ ଅଫିସରଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

Leave a comment

Your email address will not be published. Required fields are marked *