#Breaking News

ରାସ୍ତା ପାର୍ଶ୍ଵବନୀକରଣ ନାଁରେ ମିଳିମିଶି ଚଳୁ କରିଦେଲେ ?


ଫୁଲ ବାଣ
ସରକାର ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପାଇଁ କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି ହେଲେ କିଛି ଅସାଧୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦୁର୍ନିତୀ ପୂର୍ଣ୍ଣକାର ବାର,ଦାୟୀତ୍ଵହୀନତା, ଅବହେଳା,ଯୋଗୁଁ ଦିନକୁ ଦିନଜଙ୍ଗଲ ଧ୍ବଂସ ହେବାରେ ଲାଗିଛି । ଏଭଳି ଅଭିଯୋଗ ଆସିଛି ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ରାଇକିଆ ରେଞ ଅଞ୍ଚଳରେ।
ରାସ୍ତା ପାର୍ଶ୍ଵବନୀକରଣ ନାଂରେ ଏହିରେ ରେଞରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ ହୋଇଥିବା ନଜରକୁ ଆସିଛି। ଭିଜିଲ୍ଲାନ୍ସ ସ୍କାନରରେ କୁ ଆଡେରହିଛି ଏହି ରେଞ୍ଜ ।
ସୂଚନାଯୋଗ୍ୟଯେ, ଗତ ୨୦୨୦-୨୧ ବର୍ଷରେ ଏହି ରେଞ୍ଜ ଅନ୍ତର୍ଗତ ମୁସୁମାହାଠାରୁ ଟଟମାହାଯାଏ ରାସ୍ତା ପାର୍ଶ୍ଵରେ ବୃକ୍ଷରୋପଣ, ଓ ଜାଲି ବାଡ଼ ପାଇଁ ଅର୍ଥ ଅନୁବାନ ଆସିଥିଲା। ହେଲେ ବିଭାଗର ଅଧିକାରୀ, ଓ କର୍ମଚାରୀ ମାନେ ମିଳିମିଶି ଗଛ ନଲଗାଇ ସବୁ ଅର୍ଥ କୁ ଆଡେ ଚଳୁ କରିଦେଇଥିବା ଶୁଣିବାକୁ ମିଳୁଛି ।
ଏହି ରାସ୍ତା କୁଆଡେ ରାଇକିଆ ଠାରୁ ଟିକେ ଭିତରକୁ ହୋଇଥିବା ଓ ଲୋକଙ୍କ ଯିବା ଆସିବା କମ ଥିବାରୁ ଦାୟିତ୍ଵରେ ଥିବା ଅଧିକାରୀମାନେ ବେଶ କାଗଜ କଲମରେ ଗଛ ଲଗାଇଥିବା ଦର୍ଶାଇ ଚଳୁ କରିଦେଇ ଥିବା କୁହାଯାଇଛି। କେବଳ ଏହି ଗୋଟିଏ ନୁହେଁ ଏହିରେଞରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ନର୍ସରୀ ନାମରେ ବ୍ୟାପକ ଅନିୟମିତତା ଓ ହରି ଲୁଟ ହୋଇଥିବା ଅଭିଯୋଗ ହେଉଛି ।
ଏଣୁ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ, ବିଭାଗୀୟ ଡିଏଫଓ ପ୍ରଶାନ୍ତ ପାଟିଲ ଏଥିପତି ସ୍ଵତନ୍ତ୍ର ଦୃଷ୍ଟିଦେଇ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *