#Breaking News

ଏ ଏମ ସି ଏସ ମହାବିଦ୍ୟାଳୟ ରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଜୟନ୍ତୀ


ଫୁଲବାଣୀ
ଶନିବାରକନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଏଏମ ସି ଏସ ମହାବିଦ୍ୟାଳୟ ରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତିଥି ଭାବେ ଶିବାଶିଷ ପଣ୍ଡା, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟାପକ ଦୀନବନ୍ଧୁ ମହାନ୍ତି, ରାଜନୀତି ବିଭାଗ ର ଅଧ୍ୟାପକ ବନମାଳୀ ବେହେରା,ଇଂରାଜୀ ବିଭାଗ ର ଅଧ୍ୟାପକ ନରେନ୍ଦ୍ର ଦିଗାଲ, ଓଡ଼ିଆ ବିଭାଗ ର ଅଧ୍ୟାପକ ସୁଶ୍ରୀ ଚମ୍ପା ସୋରେନ ଉପସ୍ଥିତ ରହିଥିଲେ l ମୁଖ୍ୟ ଅତିଥି ଶିବାଶିଷ ପଣ୍ଡା ଆଜିର ସମାଜରେ ଲକ୍ଷ୍ମୀବାଇ ଙ୍କ ଭୂମିକା ଏବଂ ନାରୀ ସୁରକ୍ଷା ସହିତ ନାରୀ ସମାଜ ର ପ୍ରାଥମିକତା ବିଷୟରେ ଆଲୋଚନା କରିଥିଲେ l ସାମ୍ମନ୍ୱିତ ଅତିଥି ଦୀନବନ୍ଧୁ ମହାନ୍ତି ମହାବିଦ୍ୟାଳୟ ରେ ନାରୀ ଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ l ଶେଷରେ ଅଧ୍ୟପକସୁଶ୍ରୀ ଚମ୍ପା ସୋରେନ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ l

Leave a comment

Your email address will not be published. Required fields are marked *