କନ୍ଧମାଳ ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ଦାବି ପତ୍ର ପ୍ରଦାନ

Udaya_Labanya | November 21, 2022 | 5 views |0 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ତିନି ଦଫା ଦାବି ନେଇ ଆଗାମି ୨୭ ତାରିଖଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟାନ୍ତ ରାଜଧାନୀରେ ରାଜ୍ୟସ୍ତରୀୟ ଶୋଭାଯତ୍ରା ଅନୁଷ୍ଠିତ ହେବ। ଏହାପୂର୍ବରୁ କନ୍ଧମାଳ ଜିଲାର ପ୍ରତ୍ୟେକ ବ୍ଲକ୍ ସ୍ତରରେ ନିଜର ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଶିକ୍ଷା ସଚିବ ଓ ୫ଟି ସଚିବଙ୍କ ଉଦ୍ଦେଶ୍ୟରେ ଖଜୁରୀପଡ଼ା ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।ଖଜୁରୀପଡ଼ା ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ରଘୁନାଥ କହଁର, ଉପସଭାପତି ସୁନିଲ କୁମାର ବେହେରା, ସଂପାଦକ ପ୍ରେମାନନ୍ଦ ବେହେରା, ସହ ସମ୍ପାଦକ ଜୟନ୍ତୀ ଦିଗାଲଙ୍କ ନେତୃତରେ ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂଘ ଉପଦେଷ୍ଠା ଗୋପୀନାଥ ପ୍ରଧାନ, କୁବେର ପ୍ରଧାନ, କୋଷାଧ୍ୟକ୍ଷ ଦୀନବନ୍ଧୁ ନାୟକ, ମିଡ଼ିଆ ସଂଯୋଜକ ପ୍ରଦୀପ କୁମାର ମଲିକ ସମତେ ବ୍ଳକର ସମସ୍ତ କ୍ଲଷ୍ଟର ସ୍ତରୀୟ ପ୍ରତିନିଧି ଓ ସିଆରସିସି ସହଯୋଗ କରିବା ସହିତ ବ୍ଲକର ଶତାଧିକ ଶିକ୍ଷକଶିକ୍ଷୟତ୍ରୀ ଯୋଗଦାନ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories