#Breaking News

କନ୍ଧମାଳରେ ତିନି ଦିନିଆ ୱାର୍ଡ ସଭ୍ୟ ଓ ସଭ୍ୟାମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ପରିଷଦ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ପଞ୍ଚାୟତିରାଜ ବିଭାଗ ସହାୟତାରେ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ବନ୍ଧଗଡଠାରେ ଥିବା ତାଲିମ କେନ୍ଦ୍ରରେ ତିନି ଦିନିଆ ୱାର୍ଡ ସଭ୍ୟ ଓ ସଭ୍ୟାମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ତାଲିମ ଶିବିର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଇଂ. ହରିଶଙ୍କର ରାଉତ ପ୍ରଶିକ୍ଷଣର ରୂପରେଖ ପ୍ରତି ଯୋଡିରହିବା ପାଇଁ ଜନପ୍ରତିନିଧିମାନଙ୍କ ସହଯୋଗ ଲୋଡିଥିଲେ । ଏହି ପ୍ରଶିକ୍ଷଣରୁ ଯେଉଁ ସବୁ ଦିଗ ଉପରେ ତାଲିମ ପ୍ରଦାନ କରାଯିବ ତାହା ନିଜ ନିଜ ଅଞ୍ଚଳରେ ବିକାଶ ଦିଗରେ ସହାୟକ ହୋଇ ପାରିବ ବୋଲି ମଧ୍ୟ ପରାମର୍ଶ ଦେଇଥିଲେ । ତାଲିମ କାର୍ଯ୍ୟକ୍ରମରେ ଫିରିଙ୍ଗିଆର ବ୍ଳକର ୫ଟି ପଂଚାୟତ ପାହିରାଜୁ, କୋଏରମାଣ୍ଡୁ, ସୁମରବନ୍ଧ, ପାଙ୍ଗା ଉପରସାହି ଓ ତଳଦଣ୍ଡିକିଆରୁ ୪୦ରୁ ଊର୍ଦ୍ଧ୍ବ ୱାର୍ଡ ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ହୋଇଥିବା ବେଳେ ତାଲିମଦାତା ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଦ୍ୱାରା ତାଲିମପ୍ରାପ୍ତ ଦେବେନ୍ଦ୍ର କୁମାର ପଣ୍ଡା ଓ ସୂର୍ଯ୍ୟମଣି ପଣ୍ଡା ଯୋଗ ଦେଇଥିଲେ । ବିନୋଦ ବେହେରା, ଗିତାଞ୍ଜଳି କହଁର ଓ ଏଲ୍‌. କିର୍ତି ରେଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *