#Breaking News

କୁଇ ସମାଜ ସମନ୍ୱୟ ସମିତି ର ପ୍ରତିଷ୍ଠା ଦିବସ ପାଳିତ


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଅପରାହ୍ନ ରେ କୁଇ ସମାଜ ସମନ୍ଵୟ ସମିତି ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ବରିଷ୍ଠ କୁଇନେତା ତଥା ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ, ଜି. ଉଦୟଗିରି ସଭାପତି ପୁଷରା କହଁର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେରଘୁପତି କହଁର ପ୍ରାରଂଭିକ ସୂଚନାଦେଇଥିବାବେଳେ କୁଇ ସମାଜ ସମନ୍ୱୟ ସମିତି ସମ୍ପାଦକ ଲମ୍ବୋଦର କହଁର, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାଜ୍ୟ ସଭାପତି ପ୍ରଦୀପ କହଁର, ଯୋଗ ଦେଇ ୨ 00୮ କନ୍ଧମାଳ ଦଙ୍ଗା ପରେ କୁଇ ସମାଜ ପକ୍ଷରୁ ଚଉତିରିଶ ଦଫା ଦାବୀ ପୂରଣ ନେଇରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯାଇଥିଲେ ବି ଆଜିକୁ ପନ୍ଦର ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଦାବୀ ପୂରଣ କରିବା ଦିଗରେ ବିଫଳ ହୋଇଛନ୍ତି l ଜାଲ ଜାତିଗତ ପ୍ରମାଣ ପତ୍ର ଓ ଜମିଜମା ସମସ୍ୟା ସମାଧାନ ହୋଇନି l ସେଟଲ ମେଣ୍ଟ ରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଥିଲେ l ସେହିପରି ବି ଏଡ ଳଲେଜ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବିକରିଥିଲେ ଆଦିବାସୀ ନେତା କହଁର lଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଏସ ଡି ସି ଅଧ୍ୟକ୍ଷ ରୋଦନ ମଲିକ ଙ୍କ ସମେତ ବହୁ ଆଦିବାସୀ ନେତା ଯୋଗ ଦେଇ ଆଦିବାସୀଙ୍କୁ ଉଚିତ ନ୍ୟାୟ ପ୍ରଦାନପାଇଁ ଦାବିକରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତ୍ରୀ ଗୀତାଞ୍ଜଳି କହଁର, ନୟାଗଡ଼ ଅଂଚଳ ର ଆଦୀବାସିନେତା ଶ୍ରୀନିବାସ ଯାନୀ, ବିଶ୍ୱନାଥ ପ୍ରଧାନ,
ଗଂଜାମ ର ମହାଦେବ ମଲିକ,ରାଷ୍ଟ୍ରୀୟ ଆଦିବାସୀ କର୍ମଚାରୀ ସଙ୍ଘ ର ପ୍ରଭାରୀ ତୁଷାର ମାଝୀ, ପ୍ରମୁଖ ଉଦ୍ବୋଧନ ଦେଇଥିଲେ lଆଦୀବାସିନେତା ବିନୋଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave a comment

Your email address will not be published. Required fields are marked *