#Breaking News

ବିଶ୍ୱ ମାଛ ଚାଷ ଦିବସ ପାଳିତ


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ଆଈ ଟି ଡି ଏ କନଫରେନ୍ସ ହଲ୍ଲ ରେ ବିଶ୍ୱ ମସ୍ଚ୍ୟ ଦିବସ ପାଳିତ ହୋଇଯାଇଛି! କନ୍ଧମାଳ ଅତିରିକ୍ତ ଜିଲ୍ଲା ପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଚାରି ବର୍ଷ ତଳେ ବୌଦ୍ଧ, ଭଞ୍ଜନଗର, ଓ ବାଲୁଗାଁ ରୁ ଜିଲ୍ଲା କୁ ମାଛ ଆସୁଥିଲା! ଏବେ ମାଛ ଜିଲାରେ ଉତ୍ପାଦନ ହେଉଛି l ମହିଳା ଏସ ଏଚ ଜି ଗୁଡିକ ଏବେ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇ ଛନ୍ତି! ସରକାର ସେମାନଙ୍କୁ ସବସିଡି ଦେଉଛନ୍ତି ବୋଲି ସାହୁ କହିଥିଲେ !ଜିଲାରେ ଏବେ ୧୭୫ ଟି ପୋଖରୀରେ ମାଛ ଚାଷ କରାଯାଉଛି!
ଏହି ଅବସରରେ କ. ନୂଆଗାଁ ର ସିର୍ତିଗୁଡା, ବିଶିପଡା, ଏସ ଏଚ ଜି କୁ ମାଛ ଚାଷ କ୍ଷେତ୍ରରେ ପ୍ରଗତୀ ପାଇଁ ପୁରସ୍କୃତ କରାଯାଇଥିଲା! ଚକାପାଦର ଏକ ଘରୋଇ ଯୁବ ଉଦ୍ୟାଗୀ ମାଛ ଚାଷୀ ଦେବାଶିଷ ପ୍ରିୟଦର୍ଶନ ସାହୁ ଙ୍କୁ ବା୍ୟୋ ଫ୍ଲକ ପ୍ରଣାଳୀରେ ମାଛ ଚାଷ କରଥିବାରୁ ଉଭୟ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l
ମତ୍ସ୍ୟ ଚାଷୀ ଙ୍କ ପାଇଁ ଥିବା ସରକାରୀ ଯୋଜନା ସମ୍ପର୍କରେ
ଜିଲ୍ଲା ମତ୍ସ୍ୟ ବିଭାଗ ଅଫିସର ପ୍ରଫୁଲ କହଁର ବୁଝାଇଥିଲେ l

Leave a comment

Your email address will not be published. Required fields are marked *