#Breaking News

ତଥ୍ୟ ମାଗିଲେ ମିଳୁନି ଓଲଟା ମୋଟାଅଙ୍କ ର ଅର୍ଥ ଡିପୋଜିଟ ପାଇଁ ଆସୁଛି ଚିଠି


ଫୁଲବାଣୀ (ସୁନୀଲ ପଟନାୟକ )
ଜନସାଧାରଣ କୁ ସମସ୍ତ ପ୍ରକାର ତଥ୍ୟ ଜାଣିବା ର ଅଧିକାର ଦେବାଲାଗି ସରକାର ଆର ଟି ଆଇ ଆକ୍ଟ ୨ 00୫ ରେ ସରକାର ଆଇନ ପ୍ରଣୟନ କଲେ l ଅନ୍ତତଃ ଲୋକେ ସବୁ ତଥ୍ୟ ପାଇ ପାରିବେ ଓ ଜାଣିପାରିବେ ଆଉ ଦୁର୍ନିତୀ ବି କିଛିମାତ୍ରା ହ୍ରାସ ପାଇବ ହେଲେ ଦାଇତ୍ୱ ରେ ଥିବା ସୂଚନା ଅଧିକାରୀ କିନ୍ତୁ ଜାଣି ଶୁଣି ତଥ୍ୟ ଦେବାରେ ବିଳମ୍ବ କରିବା ସହ ତଥ୍ୟ ପାଇଁ ମୋଟାଅଙ୍କର ଅର୍ଥ ପଇଠ କଲେ ତଥ୍ୟ ପ୍ରଦାନ କରାଯିବ ବୋଲି ସମ୍ପୃକ୍ତ ଆବେଦନକାରୀ ଙ୍କୁ ଚିଠି ଲେଖୁଛନ୍ତି l ଉଦେଶ୍ୟ ଏହିଯେ, ଆବେଦନକାରୀ ଏତେ ଟଙ୍କା ଡିପୋଜିଟ କରିବା ଲାଗି ହୁଏତ ଇଛା ପ୍ରକାଶ କରିବନି, ଆଉ ସେମାନେ ତଥ୍ୟ ଦେବେନି l ଏଭଳି ଅଭିଯୋଗ ଆସିଛି ବାଲିଗୁଡା ଅଂଚଳ ରୁ l ବାଲିଗୁଡା ଫରେଷ୍ଟ କଲୋନୀ ର ମନୋଜ କୁମାର ପଣ୍ଡା ପୂର୍ତ୍ତ ବିଭାଗ ଦ୍ୱାରା ହେଉଥିବା ଏକ ରାସ୍ତା କାର୍ଯ୍ୟ ର ଆର ଟି ଆଇ ରେ ତଥ୍ୟମାଗିଥିଲେ lହେଲେ ବିଭାଗର ସୂଚନା ଅଫିସର ଦଶ ହଜାର ଦୁଇଶହ ଟଙ୍କା ଦାଖଲ କରିବାକୁ ବିଭାଗ ଚିଠି ନ ମ୍ବର ୨୨ ୩ ୫ ତା ୨୨ /0୯ /୨୨ ରେ ମନୋଜ ଙ୍କ ନିକଟକୁ ଚିଠି ପଠାଇଛନ୍ତି l ଯାହାକି ଆଶ୍ଚର୍ଯ୍ୟ କରିଛିସମସ୍ତଙ୍କୁ lପୂର୍ତ୍ତ ବିଭାଗ କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହୋଇଥିବ ବୋଧେ ଯଦ୍ୱାରା ତଥ୍ୟ ଦେବାକୁ କୁଂଥୁ କୁଂଥୁ ହେଊଛିବିଭାଗ l
ସୂଚନା ଯୋଗ୍ୟ ଯେ ଏଥିପୂର୍ବରୁ ମଧ୍ୟ ତଥ୍ୟ ମାଗିବା ରୁ ଜଣେ ଆବେଦନକାରୀକୁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଡିପୋଜିଟ ପାଇଁ ଚିଠି ଦିଆଯାଇଥିଲା l ଯାହାକି ସେତେବେଳେ ସହରରେ ଚର୍ଚା ର ଖୋରାକ ଯୋଗାଇଥିଲା l

Leave a comment

Your email address will not be published. Required fields are marked *