#Breaking News

ଦୁର୍ନିତୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଧାରଣା ରେ ଦୁଇ କାଉନସିଲର


ଫୁଲବାଣୀ (ସୁନୀଲ ପଟନାୟକ )
ବାଲିଗୁଡା ଏନଏ ସି ରେ ଚାଲିଥିବା ଦୁର୍ନୀତି, ଅନିୟମିତତା, ପ୍ରିୟାପ୍ରୀତୀ ତୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏବେ ବେଶ ମ
ହଙ୍ଗା ପଡ଼ିଛି ବାଲିଗୁଡା ଏନଏ ସି ର ଦୁଇଜଣ କାଉନ୍ସିଲର ଙ୍କୁ l
ଦୁର୍ନିତୀ ଅଭିଯୋଗ ଆଣିବାପରେଶାସକ ଗୋଷ୍ଠୀର ଏନଏସି ଅଧ୍ୟକ୍ଷ ସେ ଦୁଇଜଣ କୁ କାଉନସିଲ ମୀଟିଙ୍ଗ କୁ ନ ଡାକିବା
ସମ୍ପୃକ୍ତ ୱାର୍ଡ ରକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନ କରିବା ପ୍ରତିବାଦ କରି ମଙ୍ଗଳବାର ଦୁଇଜଣ କାଉନସିଲର ଏନ ଏ ସି କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଧାରଣା ରେ ବସିଥିବା ଦୁଇ ଜଣ କାଉନ୍ସିଲର ହେଲେ ବାଲିଗୁଡା ୧ ନମ୍ବର ୱାର୍ଡ ର କାଉନ୍ସିଲର ଅଜୟ ଡିଗାଲ, ଓ ୧ ୩ ନମ୍ବର କାଉନ୍ସିଲର ଆଲୋକ କୁମାର ନାୟକ l ସେମାନଙ୍କ ଅଭିଯୋଗ ହେଲାଯେ ନିୟମିତ ବୈଠକ ଡକାଯାଉନି l ବୈଠକ କରିବା ପାଇଁ ୭ ଦିନ ନୋଟିସ ଦେବାର ନିୟମଥିଲେ ବି ପାଳନ ହେଉନି l ବୈଠକ ର ବିବରଣୀ ଦିଆଯାଉନି l
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଙ୍କୁ ଉଚିତ ପାଉଣା ମିଳୁନି l ଅନ୍ୟଦଳର କାଉନ୍ସିଲରଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଧାରଣା ରତ କାଉନ୍ସିଲର ଦ୍ବୟ l
ତେବେ ଏନେଇ ଏନଏ ସି ଅଧ୍ୟକ୍ଷ କିମ୍ବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମତାମତ ମିଳିପାରିନାହିଁ l

Leave a comment

Your email address will not be published. Required fields are marked *