#Breaking News

୧ ୩ ୫ ଏକର ଗଂଜେଇ ଗଛ ନଷ୍ଟ କଲା ଗୋଚ୍ଛାପଡା ପୋଲିସ


ଫୁଲବାଣୀ (ସୁନୀଲ ପଟନାୟକ )
ଆଜି କନ୍ଧମାଳ ଜିଲ୍ଲା ର ଗୋଛାପଡା ପୋଲିସ ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତୃତ୍ୱରେ ପୋଲିସ ଟିମ ସଦଳ ବଳେ ଥାନା ଅନ୍ତର୍ଗତ ସଲାଗୁଡ଼ା ପଂଚାୟତ ର ବାକେପାଙ୍ଗା, ମାନିଜିରୁ, ଟେକେରୀଗୁଡା ଜଙ୍ଗଲ ଉପରେ ଚଢ଼ାଉ କରି ପାହାଡ଼ ଉପରେ ବେ ଆଇନ ଭାବେ ଲଗାଯାଇଥିବା ଗଂଜେଇ ଗଛ ସବୁ କାଟି. ନଷ୍ଟ କରିଥିଲେ l ପ୍ରାୟ ୧ ୩ ୫ ଏକର ରେ ଲାଗିଥିବା ଗଂଜେଇ ଗଛ ସବୁ କାଟି ସଫା କରିଥିବା ନେଇ ଥାନା ଅଧିକାରୀ ରଂଜିତ କୁମାର ମୁନି ସୂଚନା ଦେଇଛନ୍ତି l
ଏ ନେଇ ପୋଲିସ 148/22ରେ ମାମଲା ରୁଜ୍ଜୁ କରିଛି ହେଲେ ଏ ସମ୍ପର୍କରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣା ପଡ଼ିଛି l
ସମ୍ପୃକ୍ତ ଥାନା ଇଲାକାରେ ବେଆଇନ ଗଂଜେଇ ଚାଷ ବଢ଼ି ଚାଲିଥିବା ଫଳରେ ଏଥିରେ ରୋକ ଲଗାଇବାକୁ ଥାନା ଅଧିକାରୀ ମୁନି ଅନ୍ତରିକ ଉଦ୍ୟମ ଅରମ୍ଭକରିଛନ୍ତି lବେଆଇନଗଂଜେଇ ଚାଷ ଓ ଚୋରା ଚାଲାଣ କୁ ସମ୍ପୂର୍ଣ ବନ୍ଦ କରିବା ଲଖ୍ୟ ରଖିଛନ୍ତି ଥାନା ଅଧିକାରୀ ମୁନି l

Leave a comment

Your email address will not be published. Required fields are marked *