#Breaking News

କନ୍ଧମାଳ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ପଦନ୍ନୋତି


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଙ୍କ ପଦୋନ୍ନତି ହୋଇଛି l ଶ୍ରୀ ଷଡ଼ଙ୍ଗୀ ବିଶେଷ କରି ଶିକ୍ଷାର ବିକାଶ ଦିଗରେ ନିଷ୍ଠା ଓ ଆନ୍ତରିକତା ର ସହ ନିରନ୍ତର କାର୍ଯ୍ୟ କରିବା ଯୋଗୁଁ ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେଇଥିବା ଜଣାପଡିଛି l
ଶ୍ରୀ ଷଡ଼ଙ୍ଗୀ ଗତ ୧ ବର୍ଷ ହେଲା କନ୍ଧମାଳ ଶିକ୍ଷା ଜିଲ୍ଲା ଅଧିକାରୀ ଭାବେ ଦାଇତ୍ୱ ରେ ରହି ଶିକ୍ଷା କ୍ଷେତ୍ର ରେ ବୈପ୍ଲବିକ ପରିବର୍ତନ ଆଣିଛନ୍ତି l
ଷଡ଼ଙ୍ଗୀ ବର୍ତମାନ ଜଏଣ୍ଟ ଡାଇରେକଟର ଭାବେ ପଦୋନ୍ନତି ପାଇଛନ୍ତି lଏହି ପଦୋନ୍ନତି ତାଙ୍କୁ ଆଗକୁ ଭଲ କାର୍ଯ୍ୟ କରିବାପାଇଁ ପ୍ରୋତ୍ସାହିତ କରିବ ବୋଲି ଷଡ଼ଙ୍ଗୀ କହିଛନ୍ତି l
ଜିଲ୍ଲା ଶିକ୍ଷା ଅଧିକାରୀ ଷଡ଼ଙ୍ଗୀ ଙ୍କ ପଦୋନ୍ନତୀଖବର ପାଇ ଜିଲ୍ଲା ଶିକ୍ଷକସଂଙ୍ଘ ସଭାପତି କୁମାର ପରାସେଠ, ସାଧାରଣ ସମ୍ପାଦକ ଶାନ୍ତନୁ ପ୍ରଧାନ, ଓ ଜିଲ୍ଲା ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ବି ଇଓ, ଏ ବି ଇଓ, ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

Leave a comment

Your email address will not be published. Required fields are marked *