#Breaking News

ଜଙ୍ଗଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ଅଭିଯୋଗ

ଫୁଲବାଣୀ -(ଉଲ୍ଲାପ୍ର )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ସେସ୍କା ଯୋଡ଼ି ଗାଁ ନିକଟରେ ଥିବା ରୁଗୁଡ଼ି ପଦା ଜଙ୍ଗଲ ରେ ଜଣେ ଯୁବକ ଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକେ ଦେଖିବାପରେ ପରିବାର କୁ ଖବର ଦେଇଥିଲେ l ପରିବାର ତରଫରୁ ଫିରିଙ୍ଗିଆ ଥାନରେ ଖବର ଦେବା ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଓ ଟିମ୍ ପହଁଚି ମୃତଦେହ ଉଦ୍ଧାର କରିଛି l ମୃତକ ଜଣକ ରତଙ୍ଗ ପଞ୍ଚାୟତ କୁଟିବାରି ଗାଁ ର ସୁଜିତ୍ କୁମାର ନାୟକ (ଟୁଟୁ) ବୟସ ୩୭ ବୋଲି ପୋଲିସ ଜାଣିବାକୁ ପାଇଛି l ଅନ୍ୟପଟେ ପରିବାର ତରଫରୁ ଫିରିଙ୍ଗିଆ ଥାନା ରେ ହତ୍ୟା ଅଭିଯୋଗ ଆଣି ଏତଲା ଦାଏର କରିଛନ୍ତି l
ସୁଜିତ୍ ଗତ କାଲି ସନ୍ଧ୍ୟା ସମୟ ରୁ ଘରୁ ବାହାରିଥିବା ବେଳେ ସକାଳ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା ତାକୁ କିଏ ହତ୍ୟା କରି ଜଙ୍ଗଲ ରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ସୁଜିତ୍ ଚାଷ କାମ ସହ ଟେନ୍ଟ କାମ ଅଧିକାଂଶ ସମୟରେ କାମ କରୁଥିବା ବେଳେ ରାସ୍ତା ଠାରୁ ବହୁତ୍ ଦୂର୍ ଜଙ୍ଗଲ ଭିତରେ ମୃତ ଦେହ ପଡ଼ିଥିବା ବେଳେ ମୃତକ ର ପାଖରେ ଗାଡ଼ିର ଚାବି ଓ ପାଖରେ ଯାକେଟ୍ ମଫଲର ପଡ଼ିଥିବା କୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଠି କରିଛି l ଘଟଣା ସ୍ଥଳରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ଓ ସାଇନ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି l ଫିରିଙ୍ଗିଆ ଥାନା ତରଫରୁ ୧୭୪/୨୦୨୨ରେ ରେ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳକହିଛନ୍ତି l

Leave a comment

Your email address will not be published. Required fields are marked *