#Breaking News

ଫୁଲବାଣୀ ପରିଷଦ ପକ୍ଷରୁ ଡ୍ରେନ ନିର୍ମାଣ, ସ୍ଥାନୀୟ ଲୋକେ ଖୁସ


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ପୌର ପରିଷଦ ପକ୍ଷରୁ ସହର କୁ ସ୍ଵଛ, ସୁନ୍ଦର ଓ ସ୍ମାର୍ଟ ସହର ରେ ପରିଣତ କରିବାକୁ ଏବେ ପୌର ପରିଷଦ ଅଣ୍ଟା ଭିଡିଛି l
ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ଏସବୁ ସଂଭଵ ହୋଇପାରିଥିବା ଜଣାପଡିଛି l
ସହର ର ସମସ୍ତ ରାସ୍ତା, ଗଳି ରାସ୍ତା ରେ ଏବେ ଫେଂବର ବ୍ଲକ ପକାଇ ଉନ୍ନତ ମାନର ରାସ୍ତା ନିର୍ମାଣ କରାଯାଉଛି l ସେହିପରି ଡ୍ରେନ ମଧ୍ୟ ନିର୍ମାଣ କରାଯିବା ସହ ସଫେଇ କରାଯାଉଛି lପରିବା ମାର୍କେଟ ନିକଟ ଡ୍ରେନ ଉଚ୍ଚା କରାଯିବା ସହ ଏବେ ଢିପ l ସାହି ରେ ଡ୍ରେନ ନିର୍ମାଣ ଆରମ୍ଭ ହୋଇଛି ll ଏସବୁ ନିର୍ମାଣ କାର୍ଯ୍ୟ କୁ ପୋୖରାଧ୍ୟାକ୍ଷା ଶ୍ରୀମତୀ ମହାନ୍ତି ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବେହେରା ନିଜେ ଉପସ୍ଥିତ ରହି ତଦାରଖ କରୁଛନ୍ତି lକାର୍ଯ୍ୟ ଯେପରି ଉନ୍ନତ ମାନର ହେବ ସେଥିପ୍ରତି ସତର୍କ ନଜର ରଖିଛି ପୋୖରପ୍ରଶାସନ l
ଡ୍ରେନ ନଥିବାରୁ ବର୍ଷାପାଣି ଓ ନାଳ ପାଣି ଠିକ ଭାବେ ନିଷ୍କାସିତ ହୋଇନପାରି ଲୋକଙ୍କ ଘରେ ପଶୁଥିଲା ଓ ରାସ୍ତାରେ ଯାଉଥିଲା lଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନହେଉଥିଲେ l ଏବେ ଡ୍ରେନ ନିର୍ମାଣ ପରେ ଲୋକେ ବେଶ ଖୁସି ବ୍ୟକ୍ତ କରିଵାସହ ପୋୖରାଧ୍ୟକ୍ଷlଶ୍ରୀମତି ସ୍ମିତାରାଣୀ ମହାନ୍ତି, ଓ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କୁ ସାଧୁବାଦ ଜଣାଇଛନ୍ତି l

Leave a comment

Your email address will not be published. Required fields are marked *