#Breaking News

ମା’ ଭୈରବୀ ନୃତ୍ୟ ମହୋତ୍ସବରେ କନ୍ଧମାଳ ର ଲୋକ ନୃତ୍ୟ ସମ୍ବର୍ଦ୍ଧିତ


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ମିନି ଷ୍ଟାଡିୟମ ଠାରେ ଦୀର୍ଘ ୬ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ଦ୍ଵିତୀୟ ମା’ ଭୈରବୀ ମହୋତ୍ସବ ରବିବାର ଦିନ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମହୋତ୍ସବରେ ଅତିଥିମାନେ ଯୋଗଦେଇ ଉତ୍ସାହିତ କରିଥିଲେ । ପ୍ରତ୍ୟେକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ପଞ୍ଚମ ଦିନରେ ସବୁଠାରୁ ମୁଖ୍ୟ ଆକର୍ଷଣ ଥିଲା ଫୁଲବାଣୀ କ୍ଲବ ପକ୍ଷରୁ ଆୟୋଜିତ ଆଦିବାସୀ ଲୋକ ନୃତ୍ୟ । କ୍ଳବର ସଭାପତି ଅଜୟ କୁମାର ସିଂ ଓ ସମ୍ପାଦକ ରଜତ ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ଲୋକନୃତ୍ୟ ଦଳ ମଞ୍ଚରେ ଧମାଲ କରିଥିଲେ । ପରିବେଷିତ ହୋଇଥିବା ଲୋକ ନୃତ୍ୟ ଯାହାକି ଦର୍ଶକଙ୍କ ମନ ମୋହିବା ସହିତ ହଜାର ହଜାର ଦର୍ଶକ ନୃତ୍ୟର ତାଳେ ତାଳେ ଆପଣା ଛାଏଁ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ଶେଷରେ ଫୁଲବାଣୀ ଲୋକନୃତ୍ୟକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମହୋତ୍ସବର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ୬ଦିନ ଧରି ଶୀତୁଆ ସନ୍ଧ୍ୟାରେ ମୀନା ବଜାର, ପଲ୍ଲୀଶ୍ରୀ ମେଳା ଓ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ଷ୍ଟଲ୍ ଗୁଡିକରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

Leave a comment

Your email address will not be published. Required fields are marked *