#Breaking News

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫ ଜଣ ଏଡ଼ସ ରୋଗୀ, ୩୬ ମୃତ


ଫୁଲବାଣୀ (ସୁନୀଲ ପଟନାୟକ )
ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ ଅବସର ରେ ଆୟୋଜିତ ସଭା ରେ ଯୋଗଦେଇ ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଛନ୍ତି l
ଦିନଥିଲା ଏଡ଼ସ ନା ଶୁଣିଲେ ଲୋକେ ଭୟଭୀତ ହୋଇଯାଉଥିଲେ l ଏବେ ଆଉ ସେ ପରିସ୍ଥିତି ନାହିଁl ୧ ୯ ୮ ୮ ରୁ ସଚେତନ କରାଯାଉଛି ଫଳରେ ଲୋକେମଧ୍ୟ ବେଶ ସଚେତନ ହେଲେଣି ବୋଲି କହିଥିଲେ l
ସେହିପରି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରସନ୍ନ ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ସ୍ଵାତି ସମ୍ପାଦକ ଇଂ. ହରିଶଙ୍କର ରାଉତ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ପୁରାପୁରି ରୋକିବା ଦିଗରେ ସମସ୍ତ ଙ୍କ ସହଯୋଗ ଜରୁରୀ ବୋଲି କହିଥିଲେ l କିଛି ଲକ୍ଷଣ ଦେଖାଦେଲେ ପରିକ୍ଷା କରାଇନେବା ଜରୁରୀ ବୋଲି କହିଥିଲେ l ସେହିପରି ଶିକ୍ଷାନୁଷ୍ଠାନ ଗୁଡିକରେ ପିଲାଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ବୋଲି କହି ଥିଲେlଦେବାଶିଷ ମିଶ୍ର ଏହାକୁ ପରିଚାଳନା କରିଥିବାବେଳେ
ଧ ର୍ମେନ୍ଦ୍ର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l

Leave a comment

Your email address will not be published. Required fields are marked *