#Breaking News

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା


ଫୁଲବାଣୀ(ସୁନୀଲ ପଟନାୟକ )
ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ ସ୍କୁଲ ରହିଛି ଯେଉଁଠି କି ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନଥିବା ଫଳରେ ପିଲା ଏ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମା ଗଡ଼ ପଞ୍ଚାୟତର ଟେଙ୍ଗେରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ରେ । ଏହି ସ୍କୁଲଟି ୧୯୫୪ରେ ସ୍ଥାପିତ ହୋଇଛି । ଏଠାରେ ପ୍ରଥମରୁ ଅଷ୍ଟମ ଯାଏଁ ଶ୍ରେଣୀ ରହିଛି ଆଉ ମାତ୍ର ୪୨ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ୩ଟି ଶ୍ରେଣୀଗୃହ ରହିଛି ଯାହାକି ଯଥେଷ୍ଟ ନୁହେଁ । ଗୋଟିଏ କୋଠରୀରେ ଦୁଇଟି ଶ୍ରେଣୀରଜିଲା ମାନେ ପାଠ ପଢୁଛନ୍ତି । ଫଳରେ ବର୍ଷବର୍ଷ ଧରି ପିଲାମାନେ ବାରଣ୍ଡାରେ ରହି ପାଠ ପଢୁଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ଫଳଶୁନ ବୋଲି ସ୍କୁଲ ଶିକ୍ଷା କମିଟି ସଦସ୍ୟ ଓ ପ୍ରଧାନ ଶିକ୍ଷକ ବିନୋଦବିହାରୀ ପଣ୍ଡା କହିଛନ୍ତି ।
ଏପରି ସ୍ଥଳେ ପିଲାମାନେ କିପରି ପଢିବେ ଓ କିପରି ବଢିବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକମାନେ ।
ଏନେଇ ଫୁଲବାଣୀ ବି ଇଓ ରଂଜନ କହଁର ଙ୍କୁ ପଚରିବାରେ ସେ ଏନେଇ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ।
ତେବେ, ପ୍ରଶାସନ କେବେ ପଦକ୍ଷେପ ଗ୍ରହଣ କରୁଛି ଦେଖିବାର କଥା।

Leave a comment

Your email address will not be published. Required fields are marked *