#Breaking News

ଆଇନ ସେବା ପ୍ରାଧିକରଣ ସଚିବ ଲୋକଙ୍କ ସୁବିଧା ଅସୁବିଧା ବୁଝିଲେ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ‌ଚକାପାଦ‌ ବ୍ଳକ ଅନ୍ତର୍ଗତ ବେହେରା ଗାଁ ପଞ୍ଚାୟତ ର ‌ଲଣ୍ଡାପାଜୁ‌ ଗାଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ‌ ଶ୍ରୀମତୀ ‌ଅନୁଶିଳା ରୟଶନିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ପଂଚାୟତ ର ଦୁର୍ଗମ ତଥା ଅବହେଳିତ ଲଣ୍ଡାପାଜୁ ଗ୍ରାମ ଙ୍କୁ ପରିଦର୍ଶନ ରେ ଯାଇ ଲୋକଙ୍କ ସହ ଆଲୋଚନା କରିବାସହ ସମସ୍ୟା ପଚାରି ବୁଝିଥିଲେ lସଚିବ ଙ୍କ sah
ସରକାରୀ ପି ପି ବିଜୟ ପଟ୍ଟନାୟକ ପି ଏଲ୍‌ ଭି ଅଶୋକ କୁମାର ପ୍ରଧାନ ଓ ଡି ଏଲ ଏସ୍ ର ଧାନ ରଞ୍ଜନ ସାହୁ ମଧ୍ୟ ପରିଦର୍ଶନ ରେ ଯାଇଥିଲେ ‌ ଏବଂ ଚକାପାଦ ବିଡ଼ିଓ ଅନିଲ ପଟନାୟକ ଙ୍କ ସମେତ ତହସିଲଦାର, ଆଇ ଆଇ ‌ଆଇ ସି‌‌, ହଟିକଲ୍ଚର କର୍ମ ଚାରୀ ଏ ବି ଓ ତଥା ଅନ୍ୟ ସରକାରୀ ‌କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ l
ବିଶେଷ ଭାବେ ଗାଁ କୁ ଆଜି ଯାଏଁ ସ୍ଥାୟୀ ରାସ୍ତା ଟିଏ ନାହିଁ, ପାନୀୟ ଜଳ ସମସ୍ୟା, ଥିବା ସହ ‌ଗରୀବ ଗୁରୁବାଙ୍କ ର ଇନ୍ଦିରା ଆବାସବା ବିଜୁପକ୍କା ଘର ‌ଟିଏ ନାହିଁ, ବହୁ ଅସୁବିଧାର ସମ୍ମୁଖୀନ ପଡୁଛି ଲୋକ ମାନଙ୍କୁl ସେହିପରି ଅଙ୍ଗନ ବାଡ଼ି ଘର ନାହିଁ, ‌ ବିଦ୍ୟାଳୟଟିଏ ନାହିଁ
ସରକାରୀ ଯୋଜନା କଣ ଜାଣନ୍ତିନି ଏମାନେ l ତେବେ ସଚିବଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବକରିଥିଲେ
ଗ୍ରାମବାସି ଆଉ ଏଣିକି ସେମାନଙ୍କ ଦୂର ହେଵନିଶ୍ଚୟ ବୋଲି ଆଶା କରି ଛନ୍ତି l

Leave a comment

Your email address will not be published. Required fields are marked *