#Breaking News

ଆସନ୍ତା ଜାନୁଆରୀ ୨ ୫ ରୁ ୨ ୯ ରେ କନ୍ଧମାଳ ମହୋତ୍ସବ ୨ 0୨୩


ଫୁଲବାଣୀ(ସୁନୀଲ ପଟନାୟକ )
ଆସନ୍ତା ଜାନୁଆରୀ ମାସ ୨ ୫ ରୁ ୨ ୯ ଯାଏ ୫ ଦିନବ୍ୟାପୀ ସଦର ମହକୁମା ଫୁଲବାଣୀ ଠାରେ.ଜିଲାର କଳା ସଂସ୍କ୍ରୁତି ଓ ପରମ୍ପରା କୁ ଲୋକଲୋଚନ କୁ ଆଣିବା ପାଇଁ କନ୍ଧମାଳ ମହୋତ୍ସବ୨ 0 ୨ ୩ ଅନୁଷ୍ଠିତ ହେବ l ଏ ଥିପାଇଁ ବୁଧବାର ଅପରାହ୍ନ ଚାରିଟା ରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜି ଲ୍ଲାପାଳଆଶିଷ ଈଶ୍ୱର ପାଟିଲ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା lକୋରାନl ସଂକ୍ରମଣ ପାଇଁ ତିନିବର୍ଷ ଧରି ବନ୍ଦ ଥିଲା ମହୋତ୍ସବ l
କନ୍ଧମାଳ ମହୋତ୍ସବ କୁ ଆକର୍ଷଣୀୟ କରିବା ସହ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବା ପାଇଁ ଅଭ୍ୟର୍ଥନା କମିଟି, ପରିଚାଳନା କମିଟି, ଅର୍ଥ କମିଟି, ସଭେନିୟର କମିଟି, ଖାଦ୍ୟ କମିଟି, ସାଂସ୍କୃତିକ କମିଟି ଆଦି ପନ୍ଦର ଟି କମିଟି ଗଠନ ହୋଇଛି l
ପ୍ରତ୍ୟହ ସନ୍ଧ୍ୟାରେ ଜିଲ୍ଲା ଓ ଜିଲାବାହାର ଓ ରାଜ୍ୟବାହାର ନାମୀ ଦାମୀ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ l
ଅନ୍ୟ ମାନଙ୍କମଧ୍ୟରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦେଶକ ଡ଼ିଆର ଡି ଏ ବିଶ୍ୱରଂଜନ ନାୟକ, ଉପଜିଲାପାଳ ଫୁଲବାଣୀ ଶେଷ ଦେବ ମିଶ୍ର, ପି ଏ ଆଇଟିଡିଏ ନରେଶ ଶବର,, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା, ଅର ମାସ ମୁଖ୍ୟ ଦୁର୍ଗାପ୍ରସାଦ ଭୂୟାଁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କୁଇନେତା ଲମ୍ବୋଦର କହଁର, ବୁଦ୍ଧିଜୀବୀ, କଳାକାର, ସାମ୍ବାଦିକ, ବରିଷ୍ଠ ନାଗରିକ, ମାନେ ଉପସ୍ଥିତ ଥିଲେl କାର୍ଯ୍ୟକ୍ରମରେ ସ୍ୱଛତା ଅବଲମ୍ବନ କରିବା ପାଇଁ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁ ପଜେନା ପରାମର୍ଶ ଦେଇଥିଲେ l

Leave a comment

Your email address will not be published. Required fields are marked *