#Breaking News

ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ନିମ୍ନ ମାନର କାମ କରି ଅର୍ଥ ହଡପ ଅଭିଯୋଗ


ଫୁଲବାଣୀ(ullapra)ସରକାର ଗ୍ରାମାଞ୍ଚଳ ଲୋକଙ୍କ ଗମନା ଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରୁଛନ୍ତି l ହେଲେ ଯନ୍ତ୍ରୀ ଠିକାଦାର ମିଶି ନିମ୍ନମାନର ତଥା ଉପର ଠାଉରିଆ ଭାବେ କାମ କରି ସିଂହ ଭାଗ ଅର୍ଥ ଚଳୁ କରିଦେଉଥିବା ନେଇଗ୍ରାମବାସୀ ଅଭିଯୋଗ କରିଛନ୍ତି lରାସ୍ତାକାମ ଏସ୍ଟିମେଟ ପ୍ରକାରେ ଭଲ ଭାବେ କରିବାକୁ ଠିକାଦାର କିମ୍ବା ସୁପରଭାଇଜର କୁ କହିଲେ ସେମାନେ ଓଲଟା ଧମକ ଦେଉଛନ୍ତି କୁଆଡେ l
ଯନ୍ତ୍ରୀ ଓ ରାଜନୈତିକ ନେତା
ମାନଙ୍କୁ ମୋଟା ଅଙ୍କର ଦେବାକୁ ପଡୁଛି, ଏଣୁ ଅଭିଯୋଗ କଲେବି ଅମର ଅସୁବିଧା ହେବନି ବୋଲି ସୁପର ଭାଇଜର କହୁଥିବା ଶୁଣିବାକୁ ମିଳୁଛି lଏଭଳି ସଂଗୀନ ଅଭିଯୋଗ ଆସିଛି କେଲlପଡା ଅଂଚଳରୁ lପ୍ରାୟ ୨କୋଟି ୮ ୫ ଳକ୍ଷ ୨ ୭ ହଜାର ଟଙ୍କା ବ୍ୟୟ ରେ ବାଳକି ଡାଡି -କେଲା ପଡା ରାସ୍ତା ନିର୍ମାଣ ରେ ଏଭଳି ଦୁର୍ନିତୀଓ ଅନିୟମିତତା ଅଭିଯୋଗ ଆସିଛି l
ରାସ୍ତାକାମ ୨ ୭ ମେ ୨ 0୨ ୧ ରୁ ଆରମ୍ଭ ହୋଇ ୨ ୬ ଏପ୍ରିଲ ୨ ୨ ରେ ସରିବା କଥା lତେବେ ଇତି ମଧ୍ୟରେ ୮ ମାସ ବିତି ଯାଇଥିଲେ ବି ରାସ୍ତlସରିବାକୁ ନାହିଁ lରାସ୍ତା କାମ ଏତେ ନିମ୍ନ ମାନର ଯେ, ରାମ୍ପି ଦେଲେ ଉଠିଯାଉଛି lକାର୍ଯ୍ୟରତ ଶ୍ରମିକ ମାନଙ୍କୁ କମ ପାରିଶ୍ରମିକ ମିଳିବା ଓ ବିଳମ୍ବ ରେ ଦିଆଯାଉଥିବା କୁହାଯାଉଛି l
ଲୋକେ ଏବେ କାମ ବନ୍ଦ କରିବା ସହ ତଦନ୍ତ ନ ସରିବାଯାଏ ଠିକାଦାର ଙ୍କୁ କୌଣସି ବିଲପୈଠ ନକରିବା ଲାଗି ଦାବିକଲେଣି l ଦାଇତ୍ୱ ରେ ଥିବା ଯନ୍ତ୍ରୀ ନାୟକ କୁଆଡେ ପିସି ନେଇ କାମ ଦେଖିବା କୁ ନ ଯିବା ସନ୍ଦେହ ସୃଷ୍ଟି କରିଛି l ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ରାସ୍ତା ର ତଦନ୍ତ କରାଯିବ ବୋଲି ଶୁଣିବାକୁ ମିଳୁଛି l
ଜିଲ୍ଲାପାଳ, ୫ ଟି ସଚିବ ଏଥିପ୍ରତି ଦ୍ରୁଷ୍ଟି ଦେଇ ଯନ୍ତ୍ରୀ ଓ ଠିକାଦାର ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟlନୁଷ୍ଠାନଗ୍ରହଣ କରିବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *