ଫୁଲବାଣୀ ରେ ଆମ ଆଦମୀ ପାର୍ଟି ବୈଠକ
Udaya_Labanya | December 11, 2022 | 16 views |0 | Breaking News
ଫୁଲବାଣୀ(ସୁନୀଲ ପଟନାୟକ )
ରାଜ୍ୟ ରେ ଏକ ସ୍ଵଛ ଓ ଦୁର୍ନୀତିମୁକ୍ତ ସରକାର ଗଠନ କରିବାପାଇଁ ଆମ ଆଦମୀ ପାର୍ଟି ରେ ସାମିଲ ହୋଇ ସଂଗଠନ କୁ ସୁଦୃଢ଼ କରିବା ପାଇଁ ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ କର୍ମୀ ସମ୍ମିଳନୀ ରେ ଯୋଗଦେଇ ରାଜ୍ୟ ଆବାହକ ନିଶିକାନ୍ତ ରଥ ଆହ୍ୱାନ ଦେଇଛନ୍ତି l
ସେହିପରି କର୍ମୀ ମାନେ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରି ଆମ ଆଦମୀ ପାର୍ଟି ର ସଙ୍ଗଠନକୁ ସୁଦୃଢ଼ କରିବାକୁ ରାଜ୍ୟ ଆବାହକ ନିଶିକାନ୍ତ ପରାମର୍ଶଦେଇଥିଲେ l
ସେହିପରି ଅନ୍ୟମାନଙ୍କ ମଧ୍ୟରେ
ଜିଲ୍ଲା ସଭାପତି ବଳରାମ ଡିଗାଲ, ଉପସଭାପତି ଯୌବନ ମଲ୍ଲିକ, କନ୍ଧମାଳ ପର୍ଯ୍ୟବେକ୍ଷକ ଆଦିତ୍ୟ ନାରାୟଣ ରଥ, ନାରୀ ନେତ୍ରୀ ରଶ୍ମିତା ପଟନାୟକ, ଯୁବନେତା ଗିରିଶ ପଟନାୟକ,ତ୍ରିନାଥ ମାଝୀ ଅଧ୍ୟକ୍ଷ ଅନୁସୂଚିତ ଜାତି, ମହେନ୍ଦ୍ର ମଲ୍ଲିକ ଅଧ୍ୟକ୍ଷ ଅନୁସୁଚିତ ଜନଜାତି ଯୁବ ନେତା ସଂଜୀବ ପ୍ରଧାନ ପ୍ରମୁଖ ଯୋଗଦେଇ ଦୁର୍ନିତୀ ଓ ଭ୍ରଷ୍ଟାଚାର ଦୂର ସହ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ପାଇଁ ଆମଆଦମୀ ପାର୍ଟି କୁ ସହଯୋଗ କରିବା ଲାଗି ଆହ୍ୱାନ ଦେଇଥିଲେ l
ଏହି ଅବସର ରେ ଏକ ରା଼ଲ୍ଲି ମା ଦି କୁନ୍ଦା ଛକ ରୁ ବାହାରି ମୁଖ୍ୟରାସ୍ତା ରେ ଆସି ଗାନ୍ଧୀ ସ୍ମୃତି ଭବନ ରେ ପହଞ୍ଚିଥିଲା l
ଜିଲ୍ଲାର ବିଭିନ୍ନ ଅଂଚଳ ରୁ ଶତାଧିକଆମ ଆଦମୀ ପାର୍ଟି ର କର୍ମୀ ଯୋଗଦେଇଥିଲେ l