#Breaking News

ବାଲିଗୁଡ଼ା ଜିଲ୍ଲା ଦାବୀ ନେଇ ତୁମୁଡିବନ୍ଧ ବ୍ଲକରେ ପ୍ରାଥମିକ ବୈଠକ


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଠାରୁ ବିଭକ୍ତ ହୋଇ ବାଲିଗୁଡ଼ା ଉପଖଣ୍ଡକୁ ପୃଥକ ଜିଲ୍ଲା ଗଠନ ଦାବୀ ନେଇ ତୁମୁଡିବନ୍ଧ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପ୍ରାଙ୍ଗଣରେ ରବିବାର ଦିନ ଅପରାହ୍ନରେ ବାଲିଗୁଡ଼ା ଅଞ୍ଚଳର ଆବାହକ କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ା ଉପଖଣ୍ଡ ଓଡିଶାର ଅନ୍ୟତମ ବୃହତ ଉପଖଣ୍ଡ ଭାବେ ପରିଚିତ l ଏହି ଉପଖଣ୍ଡ ଅଧୀନରେ ବାଲିଗୁଡ଼ା, ତୁମୁଡିବନ୍ଧ, କୋଟଗଡ଼, ଦାରିଙ୍ଗବାଡି, କ. ନୂଆଗାଁ, ରାଇକିଆ, ଘୁ. ଉଦୟଗିରି, ଟିକାବାଲି ଏବଂ ଚକାପାଦ ଭଳି ୯ ଟି ବ୍ଲକ ରହିଛି l କନ୍ଧମାଳ ଜିଲ୍ଲା ଅଧୀନରେ ଏହି ବ୍ଲକ ଗୁଡ଼ିକ ରହିବା ଦ୍ୱାରା ଜିଲ୍ଲା ସଦର ମହାକୁମା ଠାରୁ ଏକାଧିକ ଗ୍ରାମର ଦୂରତା ୧୮୦ ରୁ ୨୦୦ କି. ମି. ଦୂରତା ରହିଛି l ଭୌଗଳିକ ଦୃଷ୍ଟିକୋଣରୁ ଏହି ସବୁ ଗ୍ରାମ ଗୁଡ଼ିକ ପାହାଡ଼ ପର୍ବତ ଘେରରେ ରହିଛି l ତେଣୁ କୌଣସି ଏକ ସମସ୍ୟା କିମ୍ବା ଅଭିଯୋଗ ନେଇ ଜିଲ୍ଲା ସଦରମହକୁମା କୁ ଯିବାକୁ ପଡ଼ିଲେ ଫେରିବା ପାଇଁ ଏହି ଗ୍ରାମବାସୀ ମାନଙ୍କୁ ୨ ଦିନରୁ ଉର୍ଦ୍ଧ ସମୟ ଲାଗିଥାଏ l ଏଣୁ ଏହି ସବୁ ୯ ଗୋଟି ବ୍ଲକ ଅଞ୍ଚଳର ତ୍ୱରିତ ବିକାଶ ଏବଂ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଏକ ପୃଥକ ଜିଲ୍ଲା ହେବା ଅନିର୍ଵାଯ୍ୟ ବୋଲି ବୈଠକରେ ଆଲୋଚନା ହୋଇଥିଲା l ବାଲିଗୁଡ଼ା ଜିଲ୍ଲା ଗଠନ ନିମନ୍ତେ ଦାବୀ ଉପସ୍ଥାପନା ଜନିତ ଏହି ସଂଗ୍ରାମରେ ତୁମୁଡିବନ୍ଧ ଅଞ୍ଚଳବାସୀଙ୍କ ସମ୍ପୂର୍ଣ ସହଯୋଗ ରହିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ବୈଠକରେ ପ୍ରତିଶୃତି ଦେଇଛନ୍ତି l ଏହି ବୈଠକରେ ବାଲିଗୁଡ଼ାରୁ ଲୋକନାଥ ପାଢ଼ୀ, ଡ଼ଃ ବିଚିତ୍ରାନନ୍ଦ ଆଚାର୍ଯ୍ୟ, ଟି ହରିଶ୍ଚନ୍ଦ୍ର ରାଓ, ବଣିକ ସଂଘ ସମ୍ପାଦକ ଶ୍ୟାମ ସୁନ୍ଦର ପାତ୍ର, ଓକିଲ କ୍ଷମା ସାଗର ପ୍ରଧାନ, ଓ ତୁମୁଡିବନ୍ଧରୁ ଉମେଶ ଚନ୍ଦ୍ର ଦଣ୍ଡସେନା, ଲକ୍ଷ୍ମୀଧର ସାହୁ, ରମୁ ସାଥୁଆ, ଯୋହନ ବାରିକ, ଅମୀୟ ପରାସେଠ୍ ଙ୍କ ସମେତ ବହୁ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ l କୁର୍ତମଗଡ଼ ଅଞ୍ଚଳରେ ମଧ୍ୟ ଏହି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଦିନରେ ବାଲିଗୁଡ଼ା କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସଂଗଠନକୁ ସୁଦୃଢ଼ କରାଯାଇ ଏକ ମିଳିତ ମଞ୍ଚ ଗଠନ କରାଯାଇ ଆନ୍ଦୋଳନ ଓ ସଂଗ୍ରାମ ଜାରୀ ରହିବ ବୋଲି ଆବାହକ ମଣ୍ଡଳୀ ପ୍ରତିକ୍ରିୟା ଦେଇଛନ୍ତି l

Leave a comment

Your email address will not be published. Required fields are marked *