
କୋଲ୍ହଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ‘ଭାରତୀୟ ଭାଷା ଉତ୍ସବ’ ଅନୁଷ୍ଠିତ
Udaya_Labanya | December 12, 2022 | 206 views |0 | Breaking News
ରାଞ୍ଚି (ଉଲ୍ଲାପ୍ର )କୋଲ୍ହଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଜାତୀୟ ଭାଷା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଭାଗୀୟ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନ ପ୍ରାରମ୍ଭିକ ସୂଚନା ଦେବା ସହିତ ପ୍ରତ୍ୟେକ ଭାଷାକୁ ସମ୍ମାନ ଦେବା ପାଇଁ ସଂକଳ୍ପ କରାଇଥିଲେ ଏବଂ ଭାଷାର ଉନ୍ନତି ସକାଶେ ମନ୍ତବ୍ୟ ଦେଇଥିଲେ |ଏବଂ ବିଭାଗୀୟ ସହଯୋଗୀ ପ୍ରାଧ୍ୟାପକ ଡ଼କ୍ଟର ମନୋଜ କୁମାର ମହାପାତ୍ର ଭାଷାର ପରିଭାଷା ଓ ଗୁଣ ସମ୍ପର୍କରେ ଆଲୋଚନା କରିଥିଲେ |ଛାତ୍ର ଛାତ୍ରୀ ମାନେ ମଧ୍ୟ ‘ଭାରତୀୟ ଭାଷା ଉତ୍ସବ’ ଶୀର୍ଷକରେ ବକ୍ତବ୍ୟ ରଖିଥିଲେ |ଏମାନଙ୍କ ମଧ୍ୟରେ ବିକାଶ ନାୟକ ଓ ଅର୍ଚ୍ଚନା ବେହେରା ପ୍ରତ୍ୟେକ ଭାଷା ଓ ଲୋକଙ୍କ ପ୍ରତି ଦୁର୍ଭାବନା କିମ୍ବା ଘୃଣା ଭାବ ନଦେଖାଇ ପ୍ରତ୍ୟେକ ଭାଷାକୁ ସମ୍ମାନ ଦେବା, ପ୍ରତ୍ୟେକ ଭାଷାରେ ଉପଲବ୍ଧ ଥିବା ସାହିତ୍ୟ ଓ କୌଶଳର ଜ୍ଞାନ ଆନ୍ତରିକତାର ସହିତ ଗ୍ରହଣ କରି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସଦୁପଯୋଗ କରିବା ପାଇଁ ନିବେଦନ କରିଥିଲେ |ରାଜ କୁମାର ମହାନ୍ତ, ମୃତ୍ୟୁଞ୍ଜୟ ମିଶ୍ର, ଅନୁସୟା ସେଠୀ, ଧରିତ୍ରୀ ପ୍ରଧାନ, ରୁପାଲି ବେହେରା, ନମିତା ଦାସ, ଅନୁରାଧା ପାତ୍ର, ସୁନିତା ବାରିକ, ବିଶ୍ୱରଞ୍ଜନ ମହାକୁଡ଼ ପ୍ରମୁଖ ନିଜ ମାତୃଭାଷାକୁ ସମ୍ମାନ ଦେଖାଇବା ସହିତ ପ୍ରଖ୍ୟାତ ଲେଖକ ସୁବ୍ରମାନ୍ୟମ ଭାରତୀଙ୍କ ବିଷୟରେ ଆଲୋଚନା କରି ଭାଷାର ଉଦେଶ୍ୟ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ |ଶେଷରେ ବିଭାଗୀୟ ଶିକ୍ଷା ସହାୟିକା ସୁଷମା ବାରିକ ‘ଭାଷା ଉତ୍ସବ’ ସମ୍ପର୍କରେ ବକ୍ତବ୍ୟ ରଖି ସଭାର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପନ କରାଯାଇଥିଲା |