#Breaking News

୫ ଦଫା ଦାବୀ ପୂରଣ ନେଇ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ସ୍ମାରକ ପତ୍ର


ଫୁଲବାଣୀ (ସୁନୀଲ ପଟନାୟକ )
ପାଞ୍ଚଦଫା ଦାବୀ ପୂରଣ ନେଇ ସୋମବାର ଓଡିଶା ରାଜ୍ୟ ବହୁମୁଖୀ ପୁରୁଷ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଙ୍ଘ ପକ୍ଷରୁ ଜିଲ୍ଲା ଶାଖା ସଭାନେତ୍ରୀ ମଧୁସ୍ମିତା ପ୍ରିୟଦର୍ଶିନୀ ଙ୍କ ବଳିଷ୍ଠ ନେତୃତ୍ବ ରେ
ଶତାଧିକ ସ୍ୱାସ୍ଥ୍ୟ କର୍ମୀ ସ୍ଥାନୀୟ ଜଗନାଥ ମନ୍ଦିର ରୁ ବାହାରି ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଭେଟି ୫ ଦଫା ଦାବୀ ପୂରଣ ନେଇ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l
ସେମାନଙ୍କ ଦାବୀ ମଧ୍ୟରେ ରହିଛି ଚାକିରୀ ସମୟ ମଧ୍ୟରେ ଅନ୍ୟ ସରକାରୀ କର୍ମଚାରୀଙ୍କପରି ନିୟମଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ର ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଙ୍କ କ୍ୟାଡର ପୁନର୍ଗଠନ କରି ଚାକିରୀ କାଳରେଅନ୍ତତଃ ଚାରୋଟି ପଦୋନ୍ନତି ଦେବା,. ଗ୍ରେଡ଼ ପେ ଚାରି ହଜାର ଦୁଇଶହ କୁ ବୃଦ୍ଧି କରିବା ସହ ଆର ଏ ସିପି ପ୍ରଦାନ, 2004ରୁ 2013ମଧ୍ୟରେ ଓ ଆର ଭି ଆକ୍ଟ ରେ ଠିକା ଚାକିରିକରିଥିବା ସ୍ଵାସ୍ଥ୍ୟ କର୍ମୀଙ୍କଠିକା ଚାକିରୀ କାର୍ଯ୍ୟକାଳ କୁ ମୂଳ ଚାକିରୀ ଭାବେ ବିବେଚନା କରି ୬ ଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା, ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକପୁରୁଷ ମହିଳା ପଦବୀର ନାମ ପରିବର୍ତନ, ପୋଷାକ ଭତା ପ୍ରଦାନ ଆଦି ଦାବୀ ଅନ୍ତର୍ଭୁକ୍ତ l
ସରକାର ତୁରନ୍ତ ସେମାନଙ୍କ ଦାବିପୂରଣ ନକଲେ ଆସନ୍ତା ଡି ସେମ୍ବର ଚଉଦ ତାରିଖରୁ ଅସହଯୋଗ ଆନ୍ଦୋଳନ ଓ ଏକୋଇଶ ତାରିଖ ରୁ ସଂପୂର୍ଣକାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟହେବେ ଓ ଏଥିରେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେବ ଓ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଭାନେତ୍ରୀ ମଧୁଶ୍ମୀତା ପ୍ରିୟ ଦର୍ଶିନୀ ଓ ସମ୍ପାଦକ ପ୍ରଭାତ ଶତପଥୀ ଚେତାବନୀ ଦେଇଛନ୍ତି l
ଅନ୍ୟମାନଙ୍କ ମଧ୍ୟରେ ପରାମର୍ଶ ଦାତା ରାଜକିଶୋର ସାହୁ, ମନୋରଞ୍ଜନ ବଡ଼ସେଠ, ଓ ସୁକାନ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
ଜିଲାର ବିଭିନ୍ନ ବ୍ଲକ, ପି ଏଚ ସି, ସିଏଚ ସି ରୁ ଶତାଧିକପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମିଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *