#Breaking News

ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି


ଫୁଲବାଣୀ (ସୁନୀଲ ପଟନାୟକ )
ଓଡିଶା ର କାଶ୍ମିରଦାରିଂବାଡ଼ି ରେ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ -23 ଅନୁଷ୍ଠିତ ହେବ l
ଏ ନେଇ ଗତକାଲି ବିଡ଼ିଓ ଗଦାଧର ପାତ୍ର ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା l
କୋରାନା ମହାମାରୀ ପାଇଁ ୨ ବର୍ଷ ହେଲା ବନ୍ଦ ଥିଲା l ଏଣୁ ଏ ବର୍ଷ ଶୀତମହୋତ୍ସବକୁ ଆକର୍ଷଣୀୟ କରିବାଲାଗି କମିଟି ଚିନ୍ତା କରୁଛି l
ବିଶେଷ କରି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ଲାଗି ଏହା ଉଦିଷ୍ଟ ବୋଲି ସମ୍ପାଦକ ତଥା ବିଡ଼ିଓ ପାତ୍ର କହିଛନ୍ତି lମହୋତ୍ସବ ଯେପରି ସୁନ୍ଦର ଆକର୍ଷଣୀୟ ହେବ ଆଉ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେଥିପ୍ରତି ମହୋତ୍ସବ କମିଟି ଗୁରୁତ୍ୱ ଦେଉଥିବା ପାତ୍ର କହିଛନ୍ତି l
ମହୋତ୍ସବ ପାଇଁ ପରିଚାଳନା କମିଟି ଗଠନ ହୋଇଥିଲା lଏଥିରେ ବିଧାୟକ ସାଲୁଗା ପ୍ରଧାନ ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ବିଡ଼ିଓ ଗଦାଧର ପାତ୍ର, କୋଷାଧ୍ୟକ୍ଷ ଭାବେ ତହସିଲଦାର ଡ଼ଃ ଅଶୋକ ଦାଶ ଙ୍କୁ ମନୋନୀତ କରାଯାଇଛି l ଆସନ୍ତା ଜାନୁଆରୀ ୭ ରୁ ୧ ୧ ତାରିଖ ଯାଏ ସୀତାମହୋତ୍ସବ ଅନୁଷ୍ଠିତ ହେବ l
ବୈଠକ ରେ ବଣିକ ସଙ୍ଘ, ହୋଟେଲ ମଲିକ ସଙ୍ଘ, ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ ଯୋଗ ଦେଇ ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ l

Leave a comment

Your email address will not be published. Required fields are marked *