#Breaking News

ମନେରଗା ଯୋଜନା ରେ କାମ କରି ଶ୍ରମିକ ଙ୍କୁ ମିଳୁନି ପ୍ରାପ୍ୟ ଟଙ୍କା ହଡପ ଅଭିଯୋଗ


ଫୁଲବାଣୀ (ସୁନୀଲ ପଟନାୟକ )
କାମ କରି ମନରେଗା ଶ୍ରମିକଙ୍କୁ ମିଳୁନି ପ୍ରାପ୍ୟl ଦଉଡି ଦଉଡି ହତାଶ ହେଉଛନ୍ତି ଶ୍ରମିକ l ହେଲେ
ଅଣ ଶ୍ରମିକ ଙ୍କ ବ୍ୟାଙ୍କ ଜମା ଖାତାକୁକୁଆଡେ ଯାଉଛି ଟଙ୍କାl ଏପଟେ ଶ୍ରମିକ ଙ୍କୁ ମିଳୁନି ପାରିଶ୍ରମିକ ଏହିଭଳି ଅଭିଯୋଗ ଆସିଛି କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କିରିକୁଟି ଗ୍ରାମପଞ୍ଚାୟତ ର ବୁରାଙ୍ଗିଆ ଗାଁ ରେ l ଖୋଦ ସରପଞ୍ଚ ଙ୍କ ଜାଣତ ରେ ଏଭଳି ଅନିୟମିତତା ହେଉ ଥିବା ଅଭିଯୋଗ ହେଉଛି କିଛି ଗ୍ରାମବାସୀ l
ଏପରିକି ନିଜ ସମ୍ପର୍କୀୟ ଙ୍କ ନାମରେ ଟଙ୍କା ଛାଡି ଉଠାଇ ହଡପ କରିଥିବା କହିଛନ୍ତି ଶ୍ରମିକମାନେ lଶ୍ରମିକ ମାନେ ପାରିଶ୍ରମିକ ଟଙ୍କା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ଅଭିଯୋଗ ହେଉଛି l ଏନେଇ କିରିକୁଟି ସରପଞ୍ଚ ଙ୍କୁ ପଚାରିବାରୁ ପ୍ରତିକ୍ରିୟା ରେ କହିଛନ୍ତି ଯେ ମୋ ପାଖକୁ ସେମିତି କିଛି ଅଭିଯୋଗ ଆସିନି ଅଭିଯୋଗ ଆସିଲେ ଶ୍ରମିକମାନେ କିଭଳି ଟଙ୍କା ପାଇବେ ସେବ୍ୟବସ୍ଥା କରିବିବୋଲି କହିଛନ୍ତି l ଅଣ ଶ୍ରମିକଙ୍କ ଖାତା କୁ ଟଙ୍କା ଯିବା କଥା ଏବଂ ମନରେଗା ଟଙ୍କା ହଡପ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସରପଞ୍ଚ ବାବୁ l ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିବ ଏବଂ ଶ୍ରମିକ ମାନେ ନ୍ୟାୟ ପାଇବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l

Leave a comment

Your email address will not be published. Required fields are marked *