#Breaking News

ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମ ରେବିପୁଳ ଗଂଜେଇ ଗଛ ନଷ୍ଟ


ଫୁଲବାଣୀ
(ସୁନୀଲ ପଟନାୟକ )
ରବିବାର ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମିଶି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତସଲାଗୁଡ଼ା ପଂଚାୟତ ଅନ୍ତର୍ଗତ ଟିକିରିପଡା, ଡମଣା ପଦର, ଓ ଟେକରିଗୁଡା ଆଦି ଗ୍ରାମ ନିକଟ ଜଙ୍ଗଲ ରେ ଚଢ଼ାଉ କରି ଶହେ ତେୟାଳସି ଏକର ବେଆଇନ ଗଂଜେଇ ଚାଷ ନଷ୍ଟ କରିଛନ୍ତି l
ଯାହାର ବଜାର ମୂଲ୍ୟ ପଚାଶ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି l
ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତୃତ୍ୱ ରେ ପୋଲିସ କର୍ମଚାରୀ, ଓ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଙ୍କ ନିର୍ଦେଶ ରେ ସବ ଇନିସ୍ପେକ୍ଟର ଓ କର୍ମଚାରୀମାନେ ଦିନତମାମ ଅକ୍ଲାନ୍ତ ପରିଶ୍ରମ କରି ବେଆଇନ ଗଂଜେଇ ଚାଷ ନଷ୍ଟ କରିଥିଲେ l ତେବେ ପୋଲିସ ଓ ଅବକାରୀ ଟିମ କୁ ଦେଖି
ଅଭିଯୁକ୍ତ ମାନେ ଜଙ୍ଗଲ ଭିତରେ ଲୁଚି ଯାଇଥିଲେ l
ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଓ ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଯୋଗୁଁ ଗଂଜେଇ ଚାଷ ନଷ୍ଟ କରାଯିବା ସହ ଗଂଜେଇ ଚୋରାଚାଲାଣମଧ୍ୟରୋକାଯାଇପାରିଛି l ଆଗକୁ ଏଥିପ୍ରତି କଡା ନଜର ରଖାଯିବ ବୋଲି ଅବକାରୀ ଅଧିକ୍ଷକ ସାମଲ କହିଛନ୍ତି l

Leave a comment

Your email address will not be published. Required fields are marked *