#Breaking News

ପାଟଣା ସରସ୍ୱତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ


ପାଟଣା (ଉଲ୍ଲାପ୍ର )କେନ୍ଦୁଝର ଜିଲ୍ଲା ପାଟଣା ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଅରବିନ୍ଦ ଦାଶ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ଛାତ୍ରଛାତ୍ରୀ ମାନେଶୃଙ୍ଖଳା ର ସହିତ ଶିକ୍ଷାଲାଭ କଲେ ନିଜ ଲକ୍ଷ ପୂରଣ କରି ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ମୟୁରଭଞ୍ଜ ଜିଲ୍ଲାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବୌଦ୍ଧିକ ପ୍ରମୁଖ ଖଗେଶ୍ୱର ମହାନ୍ତ ଯୋଗ ଦେଇଥିଲେ। ସଂମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ଅମାନ୍ତ , ଶିଶୁ ମନ୍ଦିର ପରିଚାଳନା କମିଟିର ଉପସଭାପତି ମଦନ ମୋହନ ମହାନ୍ତ , ସମ୍ପାଦକ ମୁରଲୀଧର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।

Leave a comment

Your email address will not be published. Required fields are marked *