#Breaking News

ରାଜ୍ୟ ସ୍ତରୀୟ ସରଗିଫୁଲ ପ୍ରତିଯୋଗିତା ରେ କନ୍ଧମାଳ ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ସଫଳତା


ଫୁଲବାଣୀ (ସୁନୀଲ ପଟନାୟକ )ଆଦିବାସୀ ମଙ୍ଗଳ ବିଭାଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ସରଗିଫୁଲ ରେ ଅନ୍ୟ ବର୍ଷ ଭଳି ଏ ବର୍ଷ ମଧ୍ୟ କନ୍ଧମାଳ ର ଆଦିବାସୀ ମଙ୍ଗଳ ବିଭାଗ ଛାତ୍ର ଛାତ୍ରୀ ମାନେ କୃତିତ୍ୱ ହାସଲ କରି ଜିଲାପାଇଁଗୌରବ ଆଣିଦେଇଛନ୍ତି l
ବାଳକ ଭଲି ବଲରେ ଚମ୍ପିୟାନ ହୋଇଥିବାବେଳେ, ବାଳିକା ଭଲି ବଲ ପ୍ରତିଯୋଗିତା ରେ ମଧ୍ୟ ଚମ୍ପିୟାନ ହାସଲ କରିଛନ୍ତି କନ୍ଧମାଳ ବାଳିକା l
ସେହିପରି ଜୁନିଅର ଲେବେଲ ସୋଲ ଡ୍ୟାନ୍ସ ରେ ଶୀତଲ ନାୟକ, ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରୋହିତ ଡିଗାଲ ଜୁନିଅର ଲେବେଲ ସୋଲ ସଂଗ ରେ ଦ୍ୱିତୀୟ, ରାଜୁ ପାତ୍ର ଜୁନିଅର ଲେବେଲ ବକ୍ତୃତା ପ୍ରତିଯୋଗିତା ରେ ତୃତୀୟ, ଅଭିମନ୍ୟୁ ବେହେରା ଜୁନିଅର ଲେବେଲ କୁଇଜ ରେ ତୃତୀୟ, ସ୍ଥାନ ହାସଲ କରିଥିବାବେଳେ ସିନି ୟ ର ଲେବେଲ ସୋଲ ସଙ୍ଗ ପ୍ରତିଯୋଗିତା ରେ ଶିଳ୍ପା ଡିଗାଲ ତୃତୀୟ, ସି ନିୟର
ଲେବେଲ କ୍ରିଏଟିଭ ରାଇଟିଙ୍ଗ ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ରାଜେଶ ବଳିୟାରସିଂ, ସି ନିୟର ଲେବେଲ ବକ୍ତୃତା ରେ ଦିପ୍ତିମୟୀ କହଁର ଦ୍ୱିତୀୟ, ଓ ଚନ୍ଦନ ପାଲଟlସିଂ ସି ନିୟର ଲେବେଲ ଓଡ଼ିଆ ବକ୍ତୃତା ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ସୁନାମ ଆଣିଦେଇଥିବାରୁ ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ସିମାଞ୍ଚଳ ବେହେରା ଅଭିନନ୍ଦନ ଜଣାଇବା ସହ
ଉତ୍ତରୋତ୍ତର ଉନ୍ନତି ଓ ଉଜ୍ବଳ ମୟ ଭବିଷ୍ୟତ କାମନା କରିଛନ୍ତି l
ଆଗକୁ ଅଧିକରୁ ଅଧିକ ସଫଳତା ଯେପରି ମିଳିବ ସେଥିପ୍ରତି ଶିକ୍ଷକ ଶିକ୍ଷୟତ୍ରୀ ଦ୍ରୁଷ୍ଟି ଦେବା ଲାଗି ପରାମର୍ଶ ଦେଇଥିଲେ l

Leave a comment

Your email address will not be published. Required fields are marked *