#Breaking News

ମାଗଣା ଶୀତ ବସ୍ତ୍ର ପ୍ରଦାନ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ରେ ଏବେ ଶୀତର ପ୍ରକୋପ ବଢ଼ି ଥିବାରୁ ଗରିବ ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କି ବୁଢା କି ପିଲା ସମସ୍ତେ
ଦିନ ରାତି ନିଆଁ ଜାଳି ନିଆଁ ପାଖରେ ବସୁଛନ୍ତି l
ବାହାରକୁ କାମ କରିବାକୁ ଯାଇ ପାରୁନାହାନ୍ତି l
ଏପରି ସ୍ଥଳେ ଗରିବ ଲୋକଙ୍କୁମାଗଣାରେ କମ୍ବଳ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ଫୁଲବାଣୀ ସହର ର ଓଲଡ ଏଲ. ଆଇ ସି କଲୋନୀ ରେ ରହୁଥିବା ସାହାଣୀ ପରିବାର l
ସାହାଣୀ ପରିବାର ର ମୁଖ୍ୟ ଦିଲୀପ ସାହାଣୀ ଜଣେ ଅବସରପ୍ରାପ୍ତ ପୋଲିସ ବରିଷ୍ଠ ଅଧିକାରୀ l
ସେ ଓ ତାଙ୍କ ଭଉଣୀ ରାଜ୍ୟ ସରକାରଙ୍କ ଶିଳ୍ପ ତାଲିମ କେନ୍ଦ୍ର ଅଧିକାରିଣୀ ଗୀତାଞ୍ଜଳି ସାହାଣୀ ଓ ଅନ୍ୟ ମାନେ ମିଶି ଫୁଲବାଣୀ ସହର ସମେତ ଖଜୁରୀପଡା, ଓ ଅନ୍ୟାନ୍ୟ ଅଂଚଳରେ ବୁଲି ଗରିବ ନିଃସହାୟବୁଢା ବୁଢ଼ୀ ଲୋକଙ୍କୁ ମାଗଣାରେ କମ୍ବଳ ପ୍ରଦାନ କରିଥିଲେl
କମ୍ବଳ ପାଇ ଲୋକେ ଖୁସି ଅନୁଭବ କରିବା ସହ ଶୀତ ରୁ ଏବେ ରକ୍ଷା ମିଳିବ ବୋଲି କହିଥିଲେ l
ଏହାବ୍ୟତୀତବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ମଧ୍ୟ କରିବାସହ ପରିବେଶ ସୁରକ୍ଷା ପ୍ରତି ଦ୍ରୁଷ୍ଟି ଦେଉଛନ୍ତି ଏହି ପରିବାର l

Leave a comment

Your email address will not be published. Required fields are marked *