#Breaking News

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମିଲେଟ କାଫେ ଉଦଘାଟିତ

ଢେଙ୍କାନାଳ(ଉଲ୍ଲାପ୍ର )ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମିଲେଟ୍ କାଫେ ଉଦଘାଟିତ ହୋଇଯାଇଛି । ଏହି କାଫେକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଉଦଘାଟନ କରିଛନ୍ତି । ଗୋବିନ୍ଦପୁରର ଜୟ ଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ସଦସ୍ୟା ଦ୍ବାରା ପରିଚାଳିତ ଏହି କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ବରା , ପକୁଡି , ଇଡ଼ିଲି , କେକ , କାକରା , ଚା , ସୂପ୍ ଆଦି ଭଳି ୨୦ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯିବ । ଜିଲ୍ଲାରେ ସମସ୍ତ ବ୍ଲକ ଅଫିସ , ଜିଲ୍ଲା ପରିଷଦ କାର୍ଯ୍ୟାଳୟ , ଉପ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦିରେ ସମୁଦାୟ ୧୨ ଟି କାଫେ ଖୋଲାଯାଇ ମାଣ୍ଡିଆରୁ ପ୍ରସ୍ତୁତ ପାନୀୟ ଓ ଖାଦ୍ୟ ସାମଗ୍ରୀ ସହିତ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ପାମ୍ପଡ଼ , ବଡ଼ି , ଆଚାର , ଧୂପକାଠି , ହସ୍ତଶିଳ୍ପ ସାମଗ୍ରୀ ଆଦି ବିକ୍ରି କରାଯିବ । ଏହା ଦ୍ବାରା ମହିଳା ମାନେ ସ୍ବାବଲମ୍ବୀ ହୋଇ ଆର୍ଥିକ ଭାବେ ସ୍ବଚ୍ଛଳ ହୋଇପାଇବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ଭାବେ ନିର୍ମିତ ଦ୍ବିତୀୟ ପ୍ରବେଶ ଦ୍ବାରକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ) , କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ମିଶନ ଶକ୍ତିର ଡି.ପି.ସି. ଶ୍ରୀମତୀ ମୋନାଲିସା ଭଞ୍ଜ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀଗଣ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *