#Breaking News

ଜନ୍ମ ଦିନରେ ଯୁବ ସମାଜସେବୀ ଙ୍କ ସ୍ବେଛାକୃତ ରକ୍ତ ଦାନ


ଫୁଲବାଣୀ(ସୁନୀଲ ପଟନାୟକ )
ରକ୍ତ ଦାନ.. ମହା ପୁଣ୍ୟ,, ଡୋନେଟ ବ୍ଲଡ଼ ସେଭ ଲାଇଫ, କୁ ବେଶ ଭଲ ଭାବେ ବୁଝିପାରିଛନ୍ତି ଏହି ଯୁବ ସମାଜସେବୀ ତଥା ପଲିଟେକ୍ନିକ ର ଛାତ୍ର ସ୍ଵାଗତ ତ୍ରିପାଠୀ l
ସେ ଗତ ୫ ବର୍ଷ ହେଲା ଅଠର ବର୍ଷ ବୟସରୁନିଜ ଜନ୍ମ ଦିନ ସମେତ ବିଭିନ୍ନ ରକ୍ତ ଦାନ ଶିବିର ରେ ସ୍ବେଛାକୃତ ରକ୍ତ ଦାନ କରିଆସୁଛନ୍ତି l କେବଳ ସେତିକି ନୁହେଁ ରକ୍ତ ଦାନ କରିବା ଲାଗି ଅନ୍ୟ ମାନଂକୁ ସଚେତନମଧ୍ୟ କରୁଛନ୍ତି l ଏଥି ସହ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ମଧ୍ୟ କରି ସହର ରେ ବେଶ ନାଁ କମାଇଛନ୍ତି ସ୍ଵାଗତ l ସ୍ଵାଗତ ଙ୍କ ମା ସଂଗୀତା ତ୍ରିପାଠୀ ଙ୍କ ପ୍ରେରଣା ପାଇ ସେ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିବା କଥା କହିଛନ୍ତି l
ସ୍ଵାଗତ ଙ୍କ ଏଭଳି କାର୍ଯ୍ୟ ରେ ପ୍ରଭାବିତ ହୋଇ ଅନ୍ୟ ଛାତ୍ର ମାନେ ମଧ୍ୟ ରକ୍ତ ଦାନ କରିବା କୁ ଆଗେଇ ଆସିଛନ୍ତି l
ରକ୍ତ ଅଭାବ ପାଇଁ ପାଇଁ କାହାର ଯେପରି ମୃତ୍ୟୁ ନ ହୁଏ ସେଥିପ୍ରତି ସର୍ବଦା ଦ୍ରୁଷ୍ଟି ଦେବେ ବୋଲି ଯୁବ ସମାଜସେବୀ ସ୍ଵାଗତ କହିଛନ୍ତି l
ସ୍ଵାଗତ ଙ୍କ ଏଭଳି ଚିନ୍ତାଧାରା କୁ ସାଧାରଣ ରେ ପ୍ରଶଂସା କରାଯାଇଛି l

Leave a comment

Your email address will not be published. Required fields are marked *