#Breaking News

କିଟ ତରଫରୁ ସ୍କୁଲ ଓ ମେଡିକାଲ ପାଇଁ ଭୂମି ପୂଜା


ଫୁଲବାଣୀ (ସୁନୀଲ ପଟନାୟକ )
କିଟ ଭୁବେନେଶ୍ୱର ପକ୍ଷରୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଵିଶିପଡାଓ ,ବାଲିଗୁଡା ଠାରେ ଦୁଇଟି ସ୍ଥାନରେ ହଜାରେ ଲେଖାଏଁ ଗରିବ ଆଦିବାସୀ ଛାତ୍ର ଛାତ୍ରୀ ଙ୍କପାଠ ପଢିବା ପାଇଁ ଓ ଦୁଇ ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ହସ୍ପିଟାଲ ଓ ବିଦ୍ୟାଳୟ ନିର୍ମାଣ ଅବସରରେ ସୋମବାର କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l
ଏହl ପ୍ରତିଷ୍ଠା ହେବା ଫଳରେ ଜିଲ୍ଲାର ଗରିବ ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ମାନେ ବହୁସଂଖ୍ୟାରେ ଉପକୃତ ହେବେ ଆଉ ଗରିବ ଲୋକ ମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ସହ ମୃତ୍ୟ ମୁଖରୁ ରକ୍ଷା ପାଇବେ ବୋଲି ସାଂସଦ ଡ଼ଃ. ସାମନ୍ତ କହିଥିଲେ
lଏହି କାର୍ଯ୍ୟ ଅତିଶୀଘ୍ର ସମାପ୍ତ ହୋଇ ଜିଲ୍ଲା ବାସୀଙ୍କ ପାଇଁ ଉତ୍ସର୍ଗ କରାଯିବ ବୋଲି ସାଂସଦ ସାମନ୍ତ ଆହୁରି କହିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଶୁଭେନ୍ଦୁ ପାତ୍ର ,ଡ଼ିଏଫଓ ପ୍ରଶାନ୍ତ ପଟେଲ, ରାଜ୍ୟ କୃଷି ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ପ୍ରଭାରୀ ବିଜୟ ନାୟକ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର,
ସରପଞ୍ଚ ଗନଯୁଗୁଡା ଆଲୋକ କହଁର, ସମାଜ ସେବୀ ପୁନମ କହଁର ପ୍ରମୁଖ ଯୋଗଦେଇ ସାଂସଦ ଡ଼ଃ ସାମନ୍ତ ଙ୍କ ଏଭଳି ସାଧୁ ଉଦ୍ୟମ କୁ ଭୁୟସୀ ପ୍ରଶଂସା କରିଥିଲେ l
ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ ସଭା ପରିଚାଳନା କରିଥିଲେ l

Leave a comment

Your email address will not be published. Required fields are marked *