#Breaking News

ବାଇକ ଦୁର୍ଘଟଣା ରେ କ୍ରୀଡା ଶିକ୍ଷକଙ୍କ ମୃତ୍ୟୁ, ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବାଲିଗୁଡା ର ବିଶିଷ୍ଟ କ୍ରୀଡ଼ାବିତ, କଳାସଂଗଠକ ବରାଳ ଦେବୀ ଯୁବନାଟ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ବିରୁପାକ୍ଷ କହଁର ଙ୍କ ଶେଷ କୃତ୍ୟ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣି ରେ ସମ୍ପନ୍ନ ହୋଇଯାଇଛି l ସାନଭାଇ ସନ୍ତୋଷ ମୁଖାଗ୍ନି ଦେଇଥିଲେ lଗତ ରବିବାର ଦିନ ନୂଆସାହି ଜରାନିବାସ ନିକଟରେ ବାଇକ ଦୁର୍ଘଟଣା ରେ ବିରୁପାକ୍ଷ ଙ୍କ ମୃତ୍ୟୁ ଘଟିଥିଲା ଆଜି ସକାଳୁ ବାଲିଗୁଡାର ବିଶିଷ୍ଟ ବ୍ୟକ୍ତି ବରାଳ ଦେବୀ ଯୁବନାଟ୍ୟ ସଂସଦ ର କଳାକାର ମାନେ ସ୍ବର୍ଗତଃ ବିରୁପାକ୍ଷ ଙ୍କ ଶେଷ ଦର୍ଶନ କରିଥିଲେ l ଏକାଧାରାରେ ସେ ଜଣେ କ୍ରୀଡ଼ାବିତ ସୁ ସଂଗଠକ ଥିଲେ ଏବଂ କ୍ରୀଡା ଶିକ୍ଷକ ଭାବେ ନୂଆସାହି ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ଥିଲେ l ତାଙ୍କର ଅକାଳ ବିୟୋଗ କ୍ରୀଡା ଏବଂ କଳା ଜଗତ ପାଇଁ ବିରାଟ ଶୂନ୍ୟସ୍ଥାନ ବର୍ଷ l ସେ ଜଣେ ମେଳାପୀ, ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ l ଏହି ଦୁଃଖଦ ଖବର ବାଲିଗୁଡାବାସୀ ଙ୍କୁ ମର୍ମାହତ କରିଛି ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Leave a comment

Your email address will not be published. Required fields are marked *