#Breaking News

କରଡ଼ା ଅଂଚଳ ରେ ହାତୀ ର ସନ୍ଦେହ ଜନକ ମୃତ୍ୟୁ,ତଦନ୍ତ ଜାରୀ


ଫୁଲବାଣୀ (ସୁନୀଲ ପଟନାୟକ )
ପୁଣି କନ୍ଧମାଳ ବନଖଣ୍ଡ ଅଧୀନ କରଡ଼ା ରେଞ୍ଜ ଅନ୍ତର୍ଗତ ରଣବା ପଂଚାୟତ ର ଡେଙ୍ଗା ଖମଣ ଜଙ୍ଗଲରେ ଏକ ହାତୀ ର ମୃତଦେହବୁଧବାର ଉଦ୍ଧାର କରାଯାଇଛି l ତେବେ ହାତୀ ଟିର କାହିଁକି, କେଉଁ କାରଣ ରୁ ମୃତ୍ୟୁ ଘଟିଛି ନା କିଏ ମାରିଦେଇଛି ତାର ତଦନ୍ତ କରୁଛି ବନବିଭାଗl କିଛି ମାସ
ପୁର୍ବରୂ ମଧ୍ୟ ଏହି ରେଞ୍ଜରେ ଗୋଟେ ହାତୀ ଛୁଆ ର ମୃତ୍ୟୁ ଘଟିଥିଲା l
ଖବରପାଇ କରଡ଼ା ବନବିଭାଗ ରେଞ୍ଜର ବିରଂଚି ନାରାୟଣ ପାଢ଼ୀ ଙ୍କ ସମେତ ବନ ପାଳ ସୁବାଶ ଦିଗଲ, ଅଜିତ ପ୍ରଧାନ, ବନରକ୍ଷୀ ଅକ୍ଷୟ କହଁର, ରୁକ୍ମୁଣୀ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳ ରେ ପହଂଚି ହାତୀ ମୃତ୍ୟୁ
ର ଅନୁଧ୍ୟାନ କରି ଥିଲେ lସେହିପରି
ଫୁଲବାଣୀ ଡ଼ିଏଫଓ ପ୍ରଶାନ୍ତ ପଟେଲ ମଧ୍ୟ କରଡ଼ା ଯାଇ ହତିମୃତ୍ୟୁ ର ଛାନଭିନ କରିଥିଲେ l
ପୋଷ୍ଟ ମର୍ଟମ ପରେ ହାତୀ ର କିପରି ମୃତ୍ୟୁ ଘଟିଲା ଜଣାପଡିବ ବୋଲି ଡ଼ିଏଫଓ ପ୍ରଶାନ୍ତ ପଟେଲ କହିଛନ୍ତିl
ତେବେ ଏହା ହାତୀ କରିଡର ହୋଇଥିବାରୁ ବିଭିନ୍ନସମୟ ରେ ହାତୀପଲ ଯିବା ଆସିବା କରିଥାନ୍ତି ବନ ବିଭାଗ ଏଥିପ୍ରତି ସତର୍କ ଦ୍ରୁଷ୍ଟି ରଖିବା ଜରୁରୀ ହୋଇପଡିଛି l

Leave a comment

Your email address will not be published. Required fields are marked *